ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

ରାୟଗଡ:-ତା ୬/୧୨-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଇତି ପରବ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ରାଜୀବ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୈଠକରେ ପର୍ଯ୍ୟବେକ୍ଷ ଭାବେ ପ୍ରକଳ୍ପ ନିର୍ଦ୍ଦେଶ ଡ଼ଃ ଦୟାନିଧି ବାଗ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ , କ ଜୋନ ର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , କଳାକାର ସଙ୍ଘର ଉପ ସଭାପତି ସନ୍ତୋଷ କୁମାର ବଛା ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ସ୍ଥାନୀୟ ଐତିହାସିକ ସର୍ବପୁରାତନ ପ୍ରସିଦ୍ଧ ଦେବଗିରି ଶିବ ପୀଠ ପାହାଡ ଉପରେ ଥିବା ଗଙ୍ଗା, ଯମୁନା କୁଣ୍ଡରୁ ସୁବାସିତ ଜଳ ସଂଗ୍ରହ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ରାୟଗଡା ଜିଲ୍ଲା ର ଏଗାର ଗୋଟି ବ୍ଲକକୁ ଉକ୍ତ ଜଳ ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ଚଇତି ପରବ ଆରମ୍ଭ କରାଯିବ ବୋଲି ଆଲୋଚନା ହୋଇଛି । ଚଳିତ ମାସ ୧୧ ତାରିଖରେ କଲ୍ୟାଣ ସିଂହପୁରରେ ଚଇତି ପରବ ପାଳନ କରାଯିବ । ଏଥିରେ ଅଧିବାସୀ ମାନଙ୍କ ଘୁରୁକି ନାଚ, ଡଙ୍ଗରିଆଙ୍କ ପରମ୍ପରା ଧାଙ୍ଗିଢ଼ି ନାଚ ସହ ଘୁମୁରା ଭଳି ପାରମ୍ପରିକ ଦେଶିଆ ନାଚ ର ତାଳେ ତାଳେ ଶିବ ମନ୍ଦିର ଠାରୁ କଳସ ଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରିବା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି କାର୍ଯ୍ୟକ୍ରମ ଉଦଘାଟନ କରାଯିବ ବୋଲି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ,ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି,କଳାକାର ବୃନ୍ଦ ଉପସ୍ଥିତ ଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ଜାତୀୟ ଯୁବ ଦିବସ ପାଳିତ

masiha

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

masiha

୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ…

Sunil Chandra Nayak

Leave a Comment

error: Content is protected !!