ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ ,

କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

କଳାହାଣ୍ଡି ରେ ପୁଣି ବାଘଛାଲ ଜବତ ଘଟଣାରେ ୬ ଅଭିଯୁକ୍ତ ଗିରଫଙ୍କୁ ବନ ବିଭାଗ ଗିରଫ କରିଛି। 

ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଠାରେ ଡିଲ୍ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଘଟଣା ସ୍ଥଳରେ ଏକ କରଲା ପତରିଆ ବାଘଛାଲ ଜବତ ହେବାସହ ୫ ଜଣଙ୍କୁ ଅଟକ ରଖିଥିଲା ବନ ବିଭାଗ ଓ ଅଟକ ବ୍ୟକ୍ତି ମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜ ର ଚଞ୍ଚରାଗୁଡା ଗ୍ରାମର ବାଘ ଶୀକାରୀ ରିଷି ମାଝୀ ଘରେ ଚଢାଉ କରିଥିଲେ । ଏଠାରେ ଶିକାର ରେ ବ୍ୟବହାର ହେଇଥିବା ଏକ ଦେଶୀ ବନ୍ଧୁକ , ଅଜଗର ସାପର ଛାଲ, ଶୀକାର ରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା । ପରେ ଅଭିଯୁକ୍ତ ରିଷି ମାଝୀ କୁ ଧରି ବନ ବିଭାଗ ଶୀକାର ସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା । ଆଜି ନବରଙ୍ଗପୁର ଜିଲ୍ଲା ର ତିନି ଜଣ ଓ କଳାହାଣ୍ଡି ଜିଲ୍ଲାର ତିନିଜଣ ସମୁଦାୟ ଛଅ ଜଣ ଅଭିଯୁକ୍ତ କୁ କୋକସରା କୋର୍ଟ କୁ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ହାଡେସିଲ ଗ୍ରାମର ନବ ମାଝୀ (୩୫), ଧୋବା ମାଝୀ (୨୪) ଧନଶୁଲି ଗ୍ରାମର ୠଷି ମାଝୀ (୬୦) ଓ ନବରଙ୍ଗ ପୁର ଜିଲ୍ଲାର ପାପଡ଼ା ହାଣ୍ଡି ବ୍ଲକ ଟିକ୍ରାପଡ଼ା ର ଗଣେଶ ଗଉଡ (୨୫) ଲକ୍ଷ୍ମଣ ଗଉଡ (୫୦) ଖତୀଗୁଡ଼ା ଗଉଡ ଦେଓପାଲି କୁର୍ମେଲି ର ନବ ନାଏକ(୩୦) ପ୍ରମୁଖଙ୍କ ଅଭିଯୁକ୍ତଙ୍କ ଠାରୁ ଏକ କାଳରପତରିଆ ବାଘ ଛାଲ ସହିତ ଦେଶୀ ବନ୍ଧୁକ, ମୋବାଇଲ, ଦୁଇଟି ବାଇକ, ଅଜଗର ଛାଲ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଦେହାଂସ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଡିଏଫଓ କଳାଇବାନନ।ଏହି ମିଳିତ ଚଢ଼ାଉରେ କଳାହାଣ୍ଡି ଏସିଏଫ୍ ବିମଳ ଟୋପ୍ନୋ,ଫରେଷ୍ଟର ନିହାର ଠାକୁର, ଯୋଗେନ୍ଦ୍ର ମାଝୀ, ଚିନ୍ମୟ ଦାସ,କର୍ମଚାରୀ ଲିକୁ ଦାସ ଓ ଉଦନ୍ତି ସୀତା ନଦୀ ବାଘ ସଂରକ୍ଷଣ ବନ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲା କର୍ମଚାରୀମାନେ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚଢା ଦରରେ ବିଦେଶୀ ମଦ (MRP) ଠାରୁ ଅଧିକ ଦରରେ ମଦ ବିକ୍ରି ଅଭିଯୋଗ 

Sunil Chandra Nayak

FURTHER UPDATES ON SEARCHES ASSOCIATED WITH SRI ASIT KUMAR PATTANAYAK, DY.RANGER, BISRA FOREST RANGE, ROURKELA FOREST DIVISION, DIST- SUNDARGARH FOLLOWING HIS TRAP

masiha

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

Sunil Chandra Nayak

Leave a Comment

error: Content is protected !!