ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,୫୦୫ ଲିଟର ଡିଜେଲ ଜବତ

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,୫୦୫ ଲିଟର ଡିଜେଲ ଜବତ

ଭୁବନେଶ୍ୱର- ତା.୧୬.୦୫.୨୦୨୬- —  ରାଜ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଅବୈଧ ଭାବେ ମହଜୁଦ କରି କଳାବଜାରୀ କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୋଗାଣ ଅଧିକାରୀ, ଭୁବନେଶ୍ୱର ସହକାରୀ ଯୋଗାଣ ଅଧିକାରୀ,ବାଲିଅନ୍ତା ଓ ବାଲିପାଟଣା ଯୋଗାଣ ନିରୀକ୍ଷକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏଥିପାଇଁ ଗଠିତ ଏକ ଦଳ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ଅବୈଧ ସ୍ଥାନରେ ଥିବା ପେଟ୍ରୋଲ ଓ ଡିଜେଲ ଗଚ୍ଛିତ କେନ୍ଦ୍ର ମାନଙ୍କରେ ଚଢ଼ାଉ କରିଥିଲେ ।ଏହି ଚଢ଼ାଉ ସମୟରେ ନିରଞ୍ଜନ ନାୟକ, ବୁଲୁ ପ୍ରଧାନ,ପୂରଣ ପ୍ରଧାନ,ସୁଶାନ୍ତ କୁମାର ଚୌଧୁରୀ,ତପନ କୁମାର ସାହୁ ଏବଂ ୫ ଅଜୟ ସାହୁଙ୍କ ଠାରୁ ୫୦୫ ଲିଟର ଅବୈଧ ଭାବେ ଗଚ୍ଛିତ ଡିଜେଲ ଜବତ କରାଯାଇଥିଲା।

ସେମାନଙ୍କ ପାଖରେ କୌଣସି ବିତରକ ଲାଇସେନ୍ସ କିମ୍ବା ଅଗ୍ନିଶମ ବିଭାଗର ସର୍ଟିଫିକେଟ ନଥିଲା।ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଭଖୋର ମନବୃତ୍ତି ରଖି ଲିଟର ପିଛା ୧୪୦ ଟଙ୍କା ଦରରେ ତେଲ ବିକ୍ରୟ କରୁଥିଲେ । ଏଥି ସହିତ ସେମାନେ ବ୍ୟବହାର କରୁଥିବା ପଳା ଓ କାହାଳୀ ଆଦି ମଧ୍ୟ ଜବତ କରାଯାଇଛି । ଚଢ଼ାଉ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର ,ସହାୟକ ଯୋଗାଣ ଅଧିକାରୀ ସୁନୀତା ବେହେରା,ବାଲିଅନ୍ତା ଯୋଗାଣ ନିରୀକ୍ଷକ ଅଳକାରାଣି ମଲ୍ଲିକ୍ ଏବଂ ବାଲିପାଟଣା ଯୋଗାଣ ନିରୀକ୍ଷକ ନେତ୍ରାନନ୍ଦ ବେହେରା ଉପସ୍ଥିତ ଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

masiha

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ?  ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ

Leave a Comment

error: Content is protected !!