ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

ଜୁନାଗଡ଼,୧୮/୧୨(ମ ନି ସ)ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ଭବାନୀପାଟଣା ପର୍ଯନ୍ତ ସମ୍ପ୍ରସାରଣ ପାଇଁ ରେଳ ବିଭାଗ ପକ୍ଷରୁ ନିଷ୍ପତି ହୋଇଛି।ହେଲେ ଏହି ଟ୍ରେନକୁ ଜୁନାଗଡ଼ ରୋଡ଼ ପର୍ଯନ୍ତ ସମ୍ପ୍ରସାରଣ ପାଇଁ ଜୁନାଗଡ଼ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କୁ ଏକ ଦାବିପତ୍ର ଦିଆଯାଇଛି।ରେଳ ବିଭାଗ ପକ୍ଷରୁ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ନ.୫୮୫୦୪/୫୮୫୦୩ କୁ ଭବାନୀପାଟଣା ପର୍ଯନ୍ତ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିବ ପରେ ଜୁନାଗଡ଼ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ମାତ୍ର ୨୫ କି.ମି.ଦୁରତାରେ ଜୁନାଗଡ଼ ରୋଡ଼ ଷ୍ଟେସନ ରହିଥିବା ବେଳେ ଏହାକୁ ଉପେକ୍ଷା କରାଯାଇଛି।ଏପରିକି ଜୁନାଗଡ଼ ଏକ ଟର୍ମିନାଲ ଷ୍ଟେସନ ହୋଇଥିବା ବେଳେ ଏହି ଷ୍ଟେସନ ଉପରେ ଧର୍ମଗଡ଼ ଉପଖଣ୍ତ ର ଲୋକେ ସହ ପଡୋଶୀ ଛତିଶଗଡ଼ ଓ ନବରଙ୍ଗପୁର ଅଂଚଳର ଲୋକେ ରେଳ ଯାତ୍ରା ପାଇଁ ନିର୍ଭର କରିଥାନ୍ତି।ଏହି ଷ୍ଟେସନରେ ସବୁପ୍ରକାର ଭିତ୍ତିଭୂମି ରହିଛି।ଏଣୁ ଏହିସବୁ ଦୃଷ୍ଟିରୁ ଜୁନାଗଡ଼ ରୋଡ଼ କୁ ଏହି ଟ୍ରେନ ସମ୍ପ୍ରସାରଣ ପାଇଁ ଦୀର୍ଘଦିନରୁ ଦାବୀ ହୋଇ ଆସୁଥିଲା ।ବର୍ତ୍ତମାନ ଏହି ଟ୍ରେନ ଭବାନୀପାଟଣାକୁ ସମ୍ପ୍ରସାରଣ ପାଇଁ ରେଳ ବିଭାଗ ନିଷ୍ପତି ନେଇଥିବାରୁ ଏହାକୁ ଜୁନାଗଡ଼ ରୋଡ଼ ପର୍ଯନ୍ତ ସମ୍ପ୍ରସାରଣ ପାଇଁ ଦୃଢ ଦାବୀ ହୋଇଛି।ଏଥିନେଇ ଜୁନାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ଥାନୀୟ ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି। ଏହା ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆ ଯିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି।ନଗରପାଳ ମୁକେଶ ଅଗ୍ରୱାଲ ,ବରିଷ୍ଠ ସଦସ୍ୟ ପ୍ରଭାତଦାସ ବହୁଜନ ସଂଗ୍ରାମ ସମିତି ର ରଂଜନକୁମାର ଜାଲ,ପୂର୍ବତନ ବ୍ଲକ ଅଧକ୍ଷ ରଶ୍ମିରଞ୍ଜନ ନାୟକ, ଚିତ୍ତରଞ୍ଜନ ନିଆଲ, ନରେନ୍ଦ୍ର କ୍ଷିତି, କାଳିନ୍ଦ୍ରୀ ପାଣିଗ୍ରାହୀ, ରଜନୀକାନ୍ତ ମିଶ୍ର, ମନୀଷ ପଣ୍ଡା, କୁବଳେଶ୍ୱର ପାଣିଗ୍ରାହୀ,ନିଲୁ ମାଝୀ,ଏବଂ ସଂଗଠନର ଅନେକ କର୍ମକର୍ତାଙ୍କ ଉପସ୍ଥିତିରେ ଏହି ଦାବୀ ପତ୍ର ଦିଆଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମାକୁମାରୀଜ୍ ବଡ଼ବିଲ ଶାଖା ଦ୍ୱାରା ଧୂମଧାମରେ ପାଳିତ ହେଲା ପବିତ୍ର ରାକ୍ଷୀବନ୍ଧନ ପର୍ବ: ବିଭିନ୍ନ ଅନୁଷ୍ଠାନ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ବନ୍ଧାଗଲା ରାକ୍ଷୀ

Sunil Chandra Nayak

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

masiha

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

Leave a Comment

error: Content is protected !!