ଜୁନାପାଣି ଗ୍ରାମରେ ଦଶହରା ବଜାର
ଡାବୁଗାଁ, ୧୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜୁନାପାଣି ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ ଜୁନାପାଣି ଗ୍ରାମରେ ଦଶହରା ବଜାର ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାପାଣି ସାପ୍ତାହିକ ବଜାର ପଡି ଥିବାରୁ ଲୋକାରଣ୍ୟ ରେ ବଜାର ଗହଳି ହୋଇ ଉଠିଛି l ତା ସାଙ୍ଗକୁ ଦଶହରା ବଜାର ହୋଇଥିବାରୁ ବହୁ ଦୋକାନ ବଜାର ପଡି ଆହୁରି ଲୋକାରଣ୍ୟ ବଢାଇ ଦେଇଛି l ଆଖ ପାଖ ଗ୍ରାମରୁ ଏହି ବଜାର ଦେଖିବାକୁ ବହୁ ଲୋକେ ଆସୁଥିବା ଦେଖାଯାଉଛି | ମାତା ଠାକୁରାଣୀ ଙ୍କ ଲାଠି, କୁର୍ଚି ସହ ଆଖ ପାଖ ଠାକୁରାଣୀ ଙ୍କ ପ୍ରତୀକ ଲାଠି, କୁର୍ଚି ଆସି ବଜାର ପରିକ୍ରମା କରାଯାଇ ମା ଠାକୁରାଣୀ ଙ୍କ ସ୍ଥାନ କୁ ଆସି ପୂଜାର୍ଚ୍ଚନା କରାଯାଇଥିଲା l ଏହି ଦଶହରା ବଜାର ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମାନଙ୍କ ମନୋରଞ୍ଜନ ନିମନ୍ତେ ଦାମ ଗୁରୁ ଙ୍କ ନିର୍ଦ୍ଦେଶିତ ବୋରିଗୁମ୍ମା ନିକଟ ସଅଁରାଗୁଡା ଗ୍ରାମର ଦେଶୀଆ ନାଟକ “ଓଠରୁ ଆରମ୍ଭ ଖଟରେ ଶେଷ ” ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି l କମିଟିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ବିପିନ ଡଙ୍ଗରି, ସୁକୃ ହରିଜନ, କୃଶ ଗୌଡ, ଦେବୀସିଂ ଭତରା, ମଧୁ ଗୌଡ, ବିଶ୍ଵନାଥ ମାଝୀ, ସଦା ହରିଜନ, ଫୁଲଚନ୍ଦ ନାୟକ ପ୍ରମୂଖ ଅନ୍ୟ ମାନେ ସହଯୋଗ କରିଥିଲେ l