କାମାକ୍ଷାନଗର -(ମନିସ )10/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ବାଟଗାଁ ନିକଟରେ ପିକଅପ ଗାଡି ସହ ଧକ୍କା ହୋଇ ଜଣେ ବାଇକ ଆରୋହି ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଆରୋହି ଜଣଙ୍କ କଙ୍କଡାହାଡ଼ ଥାନା ବାଟଗାଁ ଗୋଡିସାହିର ଶାନ୍ତନୁ ବେହେରା । ଶାନ୍ତନୁ ନିଜ ବାଇକରେ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ ରାସ୍ତା କଡରେ ଛିଡା ହୋଇଥିବା ଏକ ପିକଗାଡି ପଛ ପଟେ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ