ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଗାଡି ସହ ଧକ୍କା ହୋଇ ବାଇକ ଆରୋହି ଗୁରୁତର

କାମାକ୍ଷାନଗର -(ମନିସ )10/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ବାଟଗାଁ ନିକଟରେ ପିକଅପ ଗାଡି ସହ ଧକ୍କା ହୋଇ ଜଣେ ବାଇକ ଆରୋହି ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଆରୋହି ଜଣଙ୍କ କଙ୍କଡାହାଡ଼ ଥାନା ବାଟଗାଁ ଗୋଡିସାହିର ଶାନ୍ତନୁ ବେହେରା । ଶାନ୍ତନୁ ନିଜ ବାଇକରେ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ ରାସ୍ତା କଡରେ ଛିଡା ହୋଇଥିବା ଏକ ପିକଗାଡି ପଛ ପଟେ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

masiha

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

Leave a Comment

error: Content is protected !!