ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାର ପାଇଁ ପଟ୍ଟା ବାଧ୍ୟ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ଆଦିବାସୀ ସଙ୍ଘ

ସାର ପାଇଁ ପଟ୍ଟା ବାଧ୍ୟ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ଆଦିବାସୀ ସଙ୍ଘ

ବନ୍ଧୁଗାଁ ତା,୧୩/୭/୨୬,ଆଜି ବନ୍ଧୁଗାଁ ବ୍ଲକ ରେ ସାର ର ଘୋର ଅଭାବ ଦେଖା ଦେଇଛି । ବନ୍ଧୁଗାଁ ଲ୍ୟାମ୍ପ ରେ ସାର କୁ ନେଇ ପାତର ଅନ୍ତର ଚାଲିଥିବା ବେଳେ କେବଳ ଜମି ପଟା ଥିବା ମାଲିକ ଓ ସାହୁକାର କିଛି ଅଳ୍ପ ଚାଷୀ ମାନଙ୍କୁ ସାର ଦିଆ ଯାଉଛି। କିନ୍ତୁ ଗରିବ ଆଦିବାସୀ ମାନେ ଅଳ୍ପ ଜମିରେ ଚାଷ କରୁଥିଲେ ବି ସେମାନେ ଜମି ପଟା ବିନା ସାର ପାଇବାରୁ ବଞ୍ଚିତ ହେଉଛନ୍ତି । ଭୂମି ହୀନ, ଭାଗ ଚାଷୀଙ୍କୁ ସାର ମିଳୁ ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି। ଏନେଇ ଆଜି ବନ୍ଧୁ ଗାଁ ଚାଷୀ ମୁଲିଆ ଆଦିବାସୀ ସଙ୍ଘ ଗର୍ଜି ଉଠିଛି।କୋରାପୁଟ ଜିଲ୍ଲା ଚାଷୀ ମୁଲିଆ ସଙ୍ଘର ସଭାନେତ୍ରୀ କଣ୍ଡାଗୋରୀ ପାଇଡାମା,ସମ୍ଫାଦକ ପିଡ଼ିକା ସୁରିଆମା,ଆନ୍ଦ୍ର ପ୍ରଦେଶ ର କ୍ଷେତ ମୋଜଦୂର ସଙ୍ଘ ସଭାପତି ଏଙ୍କାଟି ସ୍ୱାମୀ,ଆବାହକ କେଣ୍ଡରୁକା ସୁବାରାଓ,କାଡ୍ରାକା ଆଦାନା,ବନ୍ଧୁଗାଁ ଅଞ୍ଚଳର ମାଣ୍ଡିଙ୍ଗ ଶ୍ରୀନୁ ଙ୍କ ଉପସ୍ଥିତିରେ ଓଡିଶା ଚାଷୀ ମୁଲିଆ ଆଦିବାସୀ ସଙ୍ଘ ର ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ତରଫରୁ ଏକ ଶୋଭା ଯାତ୍ରାରେ ଶହ ଶହ ଆଦିବାସୀ ଲୋକେ ବାହାରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପରେ ତହସିଲଦାର ସୋନାଲି ପାତ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଆମ ଦାବି ପୂରଣ ନହେଲେ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବ ଆଦିବାସୀ ସଙ୍ଘ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଦାବିକୁ ନେଇ ବନ୍ଧୁଗାଁ ତହସିଲ ଦାର ଶ୍ରୀ ମତି ପାତ୍ର ଚାଷୀଙ୍କୁ ବୟାନ ଦେଲେ କି ଯେଉଁ ଚାଷି ଙ୍କ ଠାରେ ଜମି ପଟା ନଥିବା ଚାଷୀ ମାନଙ୍କୁ ସାର ମିଳୁନଥିବା ଏହି ବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରୁଛି ଓ ଏହି ବିଷୟକୁ ନେଇ ମୁଁ ଜିଲ୍ଲା ଉଚ୍ଚ ଅଧିକାରିଙ୍କୁ ଅବଗତ କରେଇବି ଓ ବ୍ଲକର ସମସ୍ତ ଚାଷୀ ମାନେ ଯେମିତି ସାର ପାଇ ପାରିବେ ତାକୁ ନେଇ ମୁଁ ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବି ବଲି ଉପସ୍ଥିତ ରହିଥିବା ଚାଷୀ ମାନଙ୍କୁ ବୁଝେଇ ଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ 

masiha

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି

Sunil Chandra Nayak

ନେହେରୁ ଯୁବାକେନ୍ଦ୍ରର ମିଳିତ ଅଭିଯାନ, ଡୋକରୀଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!