ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଲ ଇଞ୍ଜେକ୍ସନ ଦେଇ ଶ୍ରମିକ କୁ ମାରିଦେଲା ସର୍ଦାର ….ଘଟଣା ଚାପିବାକୁ ପରିବାର କୁ ଧମକ ଚକମ , ନିଦାବିଷ୍ଣୁ ଲରମ୍ଭା ପୁଲିସ 

ଭୁଲ ଇଞ୍ଜେକ୍ସନ ଦେଇ ଶ୍ରମିକ କୁ ମାରିଦେଲା ସର୍ଦାର ….ଘଟଣା ଚାପିବାକୁ ପରିବାର କୁ ଧମକ ଚକମ , ନିଦାବିଷ୍ଣୁ ଲରମ୍ଭା ପୁଲିସ 

ତା -୧୧/୧୨/୨୪(ପାଟଣାଗଡ  // ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଂଚଳ ରେ ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ ଘଟିଛି, ମୃତକ ହେଉଛନ୍ତି ଲରମ୍ଭା ଥାନା ତମିଆ ଗାଁର ଦ୍ରୋଣ କୁମୁନିଆ ଙ୍କ ପୁଅ ପୂରଣ କୁମୁନିଆ |ସେ ଘରୁ ସୁସ୍ଥ ସବଳ ହୋଇ ଦାଦନ ଖଟିବାକୁ ଯାଇଥିବା ବେଳେ ବାଟରେ ଦାଦନ ସର୍ଦାର ଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସାନ ଭାଇ ମନୋଜ ଅଭିଯୋଗ କରୁଛନ୍ତି |ଅନ୍ୟପଟେ ଦାଦନ ସର୍ଦାର ଜଣକ ଘଟଣା ଘଟିବା ପରେ ପରିବାର ଲୋକଙ୍କୁ ଧମକ ଚମକ ଦେଇ କାହା ଆଗରେ ମୁହଁ ଖୋଲିଳେ ପରିବାର ଲୋକଙ୍କୁ ଜୀବନ ରେ ମରିଦେବାକୁ ଧମକ ଚମକ ଦେଉଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି |ଯାହାକୁ ନେଇ ଭୟବିତ ଅବସ୍ଥା ରେ ଜୀବନ କାଟୁଛନ୍ତି ପରିବାର |ପ୍ରାପ୍ତ ସୂଚନା ମତେ ଲରମ୍ଭା ଥାନା ଦାବକାନି ଗାଁର ସୁଲେମାନ ନାମକ ଜଣେ ଦାଦନ ଦଲାଲ କୁମୁରିଆ ପରିବାର କିଛି ଶ୍ରମିକ କୁ ବାହାର ରାଜ୍ୟ କୁ ଇଟାଗଢାଇବାକୁ କଣ୍ଟାବାଞ୍ଜି ଦାଦନ ସର୍ଦାର ନିଜାମ ପାଖକୁ ନେଇଥିଲା |ସେଠାରେ ମୁଣ୍ଡପିଛା 35 ହଜାର ଟଙ୍କା ବଇନା ଦେଇ ପରିବାର ଲୋକକୁ ଟ୍ରେନ ଯୋଗେ ବାହାର ରାଜ୍ୟ କୁ ନେଉଥିବା ବେଳେ ପୂରଣ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସତେ ତାକୁ ଜୋରଜବରଦସ୍ତ ଟ୍ରେନ ରେ ବସାଇଦିଆଗଲା |ବାଟରେ ତାଙ୍କ ସ୍ୱାସ୍ଥବସ୍ଥା ସଂକତାପନ୍ନ ହୋଇଥିବା ବେଳେ ସାଙ୍ଗରେ ଯାଉଥିବା ସର୍ଦାର ମାନେ ହସ୍ପିଟାଲ ନେବା ବଦଳରେ ବାଟରେ ତାକୁ ନିଜେ ଇଞ୍ଜେକ୍ସନ ଦେଇଥିଲେ |ଯା ଫଳରେ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିବା ବେଳକୁ ପୂରଣ ର ସ୍ୱାସ୍ଥ୍ୟବସ୍ଥା ସଂକତାପନ୍ନ ହୋଇଥିଲା ଏବଂ ହସ୍ପିଟାଲ ରେ ତାଙ୍କ ମୃତ୍ୟୁ ଘଟିଥିଲା | ତେବେ କେମିତି ଦାଦନ ସର୍ଦାର ଜଣକ ନିଜେ ଇଞ୍ଜେକ୍ସନ ମାରିଲେ ସେକଣ ଡାକ୍ତର କାହିଁକି ତାକୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଗଲା ନାହିଁ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠୁଛି |ଅକାଳ ରେ ଜଣେ ଦାଦନ ଶ୍ରମିକ ର ଜୀବନ ଚାଲି ଯାଇଥିବା ବେଳେ ଉଜୁଡି ଯାଇଛି ପରିବା |ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏବଂ ପିଲାଛୁଆ କେମିତି ଚଲିବେ ତାଙ୍କୁ ନେଇ ଚିନ୍ତା ରେ ପଡିଛନ୍ତି ପରିବାର |ଅନ୍ୟପଟେ ପରିବାର ଲୋକ ଗାଁ କୁ ଶବ ଆଣିବାକୁ ଦାବି କରୁଥିବା ବେଳେ ଦାଦନ ସର୍ଦାର ଜଣକ ଧମକ ଚମକ ଦେଇ ପାରିବାର କୁ ଭୟବିତ କରି କାହାକୁ କିଛି ନକହିବାକୁ ଚେତାବନୀ ଦେଇଛି |ଯାହାପାଇଁ ପରିବାର ଡରିଯାଇଛନ୍ତି |ଏନେଇ ପୁଲିସ ପ୍ରଶାସନ ଘଟଣା ର ତଦନ୍ତ କରି ପରିବାର ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଚିଲିକା ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡିଶା ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ

Sunil Chandra Nayak

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

ନର୍ଲା ନବୋଦୟ ବିଦ୍ୟାଳୟ ଠାରେ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!