ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନରେନ୍ଦ୍ରପୁର ଠାରେ ବିଶ୍ୱ ମହିଳା ଦିବସ ପାଳିତ 

ଢେ଼ଙ୍କାନାଳ(ମ ସୀ ହା)ଗତ ୮ ମାର୍ଚ୍ଚ ୨୦୨୩ ରିଖ ଦିନ ଆମ୍ବେଦକର ସେବା ସଂଘ ତରଫରୁ ନରେନ୍ଦ୍ରପୁର,କଣ୍ଟାବଣିଆ,ଭୁଷଣ , ଢେଙ୍କାନାଳ ଆନୁକୁଲ୍ୟରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି।ସଂଘର ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ସ୍ମିତାରାଣୀ ପଟନାୟକ ମହୋଦୟା ଓଡିଶା ମହିଳା ଅଧିକାର ମଞ୍ଚ ସଭାପତି. ମୁଖ୍ୟବକ୍ତା ଶ୍ରୀଯୁକ୍ତ ଚିତ୍ରସେନ ନାଏକ ଆଇନୀଜୀବୀ ଢେଙ୍କାନାଳ. ସମ୍ମାନିତ ଅତିଥିଭାବେ ଶ୍ରୀମତୀ ସସ୍ମିତା ବେହେରା ସମାଜସେବୀ l ଶ୍ରୀମତୀ କାଦମ୍ବିନୀ ନାଏକ ସମାଜସେବୀ. ଶ୍ରୀଯୁକ୍ତ ଧ୍ରୁବ ଚରଣ ବିଶ୍ୱାଳ.ଶ୍ରୀଯୁକ୍ତ ଅନନ୍ତ ନାଏକ ଓଡିଶା ଦଳିତ ଅଧିକାର ମଞ୍ଚ ହିନ୍ଦୋଳ ଶାଖା ସଭାପତି.ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାଏକ ଓଡିଶା ଦଳିତ ଅଧିକାର ମଞ୍ଚ ସଂମ୍ପାଦକ ତଥା ଯୁବ ସାମ୍ବାଦିକ l ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ବେହେରା ସମାଜସେବୀ.ଶ୍ରୀଯୁକ୍ତ ପ୍ରଫୁଲ ନାଏକ ସମାଜସେବୀ.ଯୋଗଦାନ କରି ମହିଳା ମାନଙ୍କ ସାମାଜିକ ଅଧିକାର, ଶିକ୍ଷା ଅଧିକାର, ଧାର୍ମିକ ଅଧିକାର, ଆର୍ଥିକ ଅଧିକାର, ରାଜନୈତିକ ଅଧିକାର, ସମ୍ପତ୍ତିଗତ ଅଧିକାର ଓ ସର୍ବୋପରି ସାମ୍ବିଧାନିକ ଅଧିକାର ଅଧିକାର ସଂପର୍କରେ ଆଲୋକପାତ କରିଥିଲେ। ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୩ ବର୍ଷ ପରେ ମଧ୍ୟ ଲୋକ ମାନେ ସମ୍ବିଧାନପ୍ରତି ସଚେତନ ନଥିବା ବକ୍ତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି।ପ୍ରତି ସାହି ଓ ପରିବାର ମଧ୍ୟରେ ସାମ୍ବିଧାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା କଥା ବର୍ତ୍ତମାନର ବିଷୟବୋଲି ଆଲୋଚନା ହୋଇଥିଲା। ଏଥିସହିତ ୧୭ ଦଳ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ରାତିସାରା ଡଃ ଆମ୍ବେଦକର,ଗୋତ୍ତମ ବୁଦ୍ଧ, ସାବିତ୍ରୀ ବାଈ ଫୁଲେ ଓ ମହିମା ଧର୍ମର ଗୀତ ଗାଇ ସଚେତନ କରିଥିଲେ। ଏଥିରେ ଓଡ଼ାପଡ଼ା, ହିନ୍ଦୋଳ, ଅନୁଗୋଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିବା ସହିତ ବହୁ ସାମାଜିକ କାର୍ଯ୍ୟ କର୍ତ୍ତା, ସଂଗଠକ ଓ ନେତୃମଣ୍ଡଳୀ ଯୋଗଦାନ କରିଥିଲେ।ଏହି ମହିଳା ସଂକୀର୍ତନ ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବାବନ୍ଧ ମହିଳା ସଂକୀର୍ତନ ମଣ୍ଡଳୀ. ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସେରେନାବେଡା ମହିଳା ସଂକୀର୍ତନ ମଣ୍ଡଳୀ. ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଶିବପୁର ମହିଳା ସଂକୀର୍ତନ ମଣ୍ଡଳୀ.କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ଓ ସଂଗୀତ ପ୍ରତିଯୋଗୀତା କରି ସମସ୍ତଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହିପରି ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂପାଦିକା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ନାଏକ ମତାମତ ପ୍ରଦାନ କରିବାସହିତ ସଭାକାର୍ଯ୍ୟ ସମାପ୍ତ କରିଥିଲେ।

ଢେଙ୍କାନାଳ ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୩ ଓ ୧୪ ରେ……

masiha

Biswabandini, Police officer in Rayagada excells in performance indicators

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!