ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

ରାଉରକେଲା/ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜସେବା ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହାୟତା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି। ବିଶେଷ କରି ଛାତ୍ର ଓ ଯୁବକମାନେ ସମାଜର ଏକ ପ୍ରମୁଖ ଅଂଶ ହୋଇଥିବାରୁ ସେମାନଙ୍କ ମନରେ ନିସ୍ୱାର୍ଥପର ଭାବନାର ସହିତ ସମାଜସେବା ନିମନ୍ତେ ଏହି ଅବସରରେ ଏକାଧିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମହାବିଦ୍ୟାଳୟ ପରିସରକୁ ସଫା କରିବା ଅଭିଯାନ ସହିତ ରେଙ୍ଗିଙ୍ଗ ନିରୋଧୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମାଜସେବା କାର୍ଯ୍ୟକ୍ରମର ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ପାଇଁ ସଂଯୋଜିକା ତଥା ଅଧ୍ୟାପିକା ଡ ରାମେଶ୍ୱରୀ ଭୋଇ ଏବଂ ଯୁକ୍ତ ଦୁଇ ପାଇଁ ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍‌ଘାଟନ କରିଛନ୍ତି। ଏଥିରେ ଉଭୟେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସମେତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ସାମିଲ ହୋଇଛନ୍ତି। ଏହି ସମାଜସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଖେଳ-କୁଦ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ନାତକ ଓ ସ୍ନାତକୋତ୍ତର କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ନାତକୋତ୍ତର ପ୍ରଥମ ବର୍ଷ ଦଳ ବିଜୟୀ ହେବା ସହ ଦ୍ୱିତୀୟ ବର୍ଷ ଦଳ ଉପବିଜେତା ହୋଇଥିଲେ। ମଙ୍ଗଳବାର ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ମାୟାଧର ବାରିକ ଓ ଅଜୟ ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

ବଜ୍ରପାତ ଘଟି ୧ ମୃତ, ୩ ଆହତ 

masiha

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

Leave a Comment

error: Content is protected !!