ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ 

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ 

ଢେଙ୍କାନାଳ: ତା.୨୪.୧୦.୨୦୨୬ ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ କହିଲେ ଯେ ୨୦୨୬ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ଜାତିସଂଘ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସ୍ଵୀୟ ବକ୍ତବ୍ୟରେ ମିଳିତ ଜାତିସଂଘର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ଓ ସଂହତିର ପ୍ରତିଷ୍ଠା ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷ,ଶିକ୍ଷାବିତ୍ ଡ.ତାରାପ୍ରସନ୍ନ ଶତପଥି ଯୋଗଦାନ କରି ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରଗତିଶୀଳ ବିଶ୍ୱ ଗଠନ ପାଇଁ ଜାତିସଙ୍ଘ ହିଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଜାତିସଂଘ ଦେଶ ଦେଶ ମଧ୍ୟରେ ଥିବା ଦ୍ଵନ୍ଦକୁ ଦୂରକରି ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିଥାଏ।ଅନ୍ୟତମ ସମ୍ମାନିତ ଅତିଥି ବୃନ୍ଦ ସ୍ଵୀୟ ସ୍ଵୀୟ ବକ୍ତବ୍ୟର ବନ୍ୟା,ବାତ୍ୟା ଓ ମରୁଡ଼ି ପ୍ରପୀଡ଼ିତ ଦେଶ ମାନଙ୍କରେ ସାହାଯ୍ୟ ଯୋଗାଇବାରେ ମିଳିତ ଜାତିସଂଘ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ ବୋଲି ମତ ପ୍ରକାଶ କରିଥଲେ।ଅନ୍ୟତମ ସମ୍ମାନିତ ବକ୍ତା ସରୋଜ ଶତପଥୀ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଵାରେ ମିଳିତ ଜାତିସଂଘର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।ଭାବରେ ଯୋଗଦାନ କରି ସମାଜସେବୀ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଜନସାଧାରଣଙ୍କର ସେବା କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ କାର୍ଯ୍ୟକ୍ରମମାନ ହାତକୁ ନେଇଥାନ୍ତି ବୋଲି କହିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ମିଳିତ ଜାତିସଂଘ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ।ମିଳିତ ଜାତିସଂଘ ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ।ଉକ୍ତ ସଭାରେ ଉଫୁନାର ମହାସଚିବ ଦିପାୟନ ପଟ୍ଟନାୟକ ସ୍ୱୀୟ ବକ୍ତବ୍ୟରେ ମିଳିତ ଜାତିସଂଘର ଐତିହାସିକ ପୃଷ୍ଠଭୂମି,ଏହାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଗଠନମୂଳକ ଆଭିମୂଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି କହିଥିଲେ ଯେ ମିଳିତ ଜାତିସଂଘ ଦିବସ ହେଉଛି ମିଳିତ ଜାତିସଂଘ ସପ୍ତାହ(ଯାହାକି ୨୦-୨୬ ଅକ୍ଟୋବର ମଧ୍ୟରେ ପାଳିତ ହୁଏ)କାର୍ଯ୍ୟକ୍ରମର ଏକ ଅଂଶ।୧୯୪୮ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଏକ ପ୍ରସ୍ତାବ ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତିବର୍ଷ ଅକ୍ଟୋବର ୨୪କୁ ବିଶ୍ଵ ମିଳିତ ଜାତିସଂଘ ଦିବସ ରୂପେ ପାଳନ କରାଯିବ। ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଆଉ ଏକ ପ୍ରସ୍ତାବ (ରିଜୋଲ୍ୟୁସନ ସଂଖ୍ୟା- ୨୭୮୨) ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ମିଳିତ ଜାତିସଂଘ ଦିବସକୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶଗୁଡିକ ପାଳନ କରିବେ ଏବଂ ଏହା ଏକ ସାଧାରଣ ଛୁଟି ଦିବସ ହେବ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫,୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା।ଏହି ସମ୍ମିଳନୀରେ ମିଳିତ ଜାତିସଂଘ ଗଠନର ପ୍ରସ୍ତାବ ପାରିତ ହୋଇଥିଲା।୧୯୪୫ ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି।ମିଳିତ ଜାତିସଂଘର ପ୍ରତିଷ୍ଠା ପରଠାରୁ ଏହି ଅନୁଷ୍ଠାନଦ୍ୱାରା ଏହାର ଲକ୍ଷ୍ୟ ପୂରଣ ଦିଗରେ ଯେତେସବୁ ଉପଲବ୍ଧି ଅଛି ସେ ସବୁ ବିଷୟରେ ଜନ ମାନସରେ ସଚେତନତା ସୃଷ୍ଟି କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।

ମିଳିତ ଜାତିସଂଘର ଯେତେ ସବୁ ଉପଲବ୍ଧି ରହିଛି,ସେ ସବୁ ପଛରେ ମିଳିତ ଜାତିସଂଘ ଛଡା ଅନ୍ୟ କେତେକ ବିଶେଷ ସଂସ୍ଥାର ଅବଦାନ ରହିଛି।ସେମାନେ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ଖଦ୍ୟ ଏବଂ କୃଷି ସଂଗଠନ,ଆନ୍ତର୍ଜାତିକ ଶ୍ରମ ସଂଗଠନ,ମିଳିତ ଜାତିସଂଘ ମାନବାଧିକାର କାଉନସେଲ ଓ ମିଳିତ ଜାତିସଂଘ ବାଳ କୋଷ(ୟୁନିସେଫ୍ )ଭଳି ଅନେକ ସଂଗଠନର ସଂପୃକ୍ତି ରହିଛି।ଏହିସବୁ ସଂଗଠନ ସହାୟତାରେ ମିଳିତ ଜାତିସଂଘ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ,ବିଶେଷ ଭାବରେ ମାନବିକ ଅଧିକାର,ସ୍ୱାସ୍ଥ୍ୟ,ଶରଣାର୍ଥୀ ଥଇଥାନ, ବନ୍ୟା,ବାତ୍ୟା ତଥା ରୋଗ ନିରାକରଣ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।ଏହି ଦିନ ବିଶ୍ବସ୍ତରରେ,ଜାତୀୟ ସ୍ତରରେ,ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ବିଭିନ୍ନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ଆଧାରରେ କ୍ୟାମ୍ପ୍ ,ଜନ ସଚେତନତା ମେଳା ଆଦିର ଆୟୋଜନ ପୂର୍ବକ ଏହି ଦିବସଟିକୁ ପାଳନ କରାଯାଇଥାଏ ଓ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ମଧ୍ୟ ଅବିରତ ଏହାର କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ସୂଚନା ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦଙ୍କ ମଧ୍ୟରେ ପ୍ରାକ୍ତନ ସମ୍ପାଦକ ବାହାଦୂର ପାଟ୍ଟସାହାଣୀ,ପ୍ରାକ୍ତନ ଅଧ୍ୟକ୍ଷ,ଶିକ୍ଷାବିତ୍ ଡ.ତାରାପ୍ରସନ୍ନ ଶତପଥି,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଡ.ପ୍ରମୋଦ କୁମାର ନାୟକ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ.ପ୍ରମୋଦ କୁମାର ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର,ହିନ୍ଦୋଳର ସାଦତ୍ ଖାଁ,ଲିଙ୍କୁ ପତି ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଡ.ପ୍ରମୋଦ କୁମାର ନାୟକ,ଶ୍ରୀକାନ୍ତ କୁମାର ସାହୁ,ଅକାନଦ ଭୋଳ,ବିଶ୍ୱନାଥ ମହାପାତ୍ର,ଯୁଧିଷ୍ଟିର ସାହୁ,ନରେଶ ଚନ୍ଦ୍ର ପାଲ୍,ଗୋପୀନାଥ ପଣ୍ଡା,ଗତିକୃଷ୍ଣ ମହାପାତ୍ର,ଧୀରେନ୍ ମିଶ୍ର,ପ୍ରଦୀପ କୁମାର ସାହୁ, ସୁରେନ୍ଦ୍ର ମୋହନ ପଟ୍ଟନାୟକ,ବିପିନ ବିହାରୀ ବେହେରା, ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଗିରୀଶ ଚନ୍ଦ୍ର ସାମଲ, କଲ୍ୟାଣ କୁମାର କାନୁନ୍ ଗୋ,ବିନୟ ପାତ୍ର,ତରୁଣ କୁମାର ବିଶ୍ବାଳ, ଲକ୍ଷ୍ମୀଧର ବାରିକ,ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ମିଳିତ ଜାତିସଂଘ ସମ୍ପର୍କରେ ଦୁଇଟି ଓଡ଼ିଆ ଓ ଗୋଟିଏ ଇଂରାଜୀ କବିତା ପାଠ କରିଥିଲେ।ଡ.ପ୍ରମୋଦ କୁମାର ନାୟକ ସ୍ଵୀୟ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା 

Sunil Chandra Nayak

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!