ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

ରୁପ୍ରା, 14/5 (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ସ୍ବର୍ଗତ ବିଶେଶ୍ୱର ନନ୍ଦଙ୍କ ବଡପୁଅ ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱର ନନ୍ଦଙ୍କ ଗତ 3 ତାରିଖ ରାତିରେ ଅକାଳ ବିୟୋଗ ହୋଇଥିବା ବେଳେ ଗୁରୁବାର ଦିନ ତାଙ୍କର ଶୁଦ୍ଧିକ୍ରିୟା ରୀତିନୀତି ଅନୁଯାୟୀ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ରୁପ୍ରା ସରପଞ୍ଚ ଡଲି ବେହେରା, ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର ସେନାପତି ଓ ଅକ୍ରୁର ସାହୁ, ବିଜେପିର ପୂର୍ବ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବିଜେପିର ଯୁବନେତା ବିରଞ୍ଚି ରଥ, ସମାଜସେବୀ ଉମି ଅଗ୍ରୱାଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରା, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଓ ସହ ଶିକ୍ଷକ ପ୍ରଦୀପ ନନ୍ଦ, ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ଗୌରଚନ୍ଦ୍ର ଭୋଇ, ବିଜେଡି ଜିଲ୍ଲା ଉପ ସଭାପତି ସରୋଜ କୁମାର ରାଉତ, ଆଦର୍ଶ ଯୁବକ ସଂଘର ବରିଷ୍ଠ ସଦସ୍ୟ ବନମାଳୀ ସାହୁ, ହରପ୍ରସାଦ ସାହୁ, ସାମ୍ବାଦିକ ଅଜୟ ସେନାପତି, ରୁପ୍ରା ପେକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଆତ୍ମାର ସଦଗତି କାମନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଦୁଇପୁତ୍ର ମନୋରଞ୍ଜନ ଓ ଆଲୋକ, ଦୁଇ ପୁତ୍ରବଧୂ, ତିନିଭାଇ ଗୋକୁଳା, ଗୌର ଓ ଜଗଦିଶ, ଦୁଇ ଭଉଣୀ ସତ୍ୟ ଓ କୌଶଲ୍ୟା, ଭଉଣୀ ଜୋଇଁ, ନାତି ନାତୁଣୀ ତଥା ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ l

Related posts

ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ବନ ଦିବସ ପାଲିତ

Sunil Chandra Nayak

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

Sunil Chandra Nayak

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

Sunil Chandra Nayak

Leave a Comment

error: Content is protected !!