ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳ ପକ୍ଷରୁ ବିଶ୍ଵ ମହିଳା ଦିବସ -୨୦୨୫ ପାଳିତ 

ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳ ପକ୍ଷରୁ ବିଶ୍ଵ ମହିଳା ଦିବସ -୨୦୨୫ ପାଳିତ 

ଢେଙ୍କାନାଳ: ତା.୦୮.୦୩.୨୦୨୫ ରିଖ : ସ୍ଥାନୀୟ ଢେଙ୍କା ନୀଳୟମ୍ ସଭାଗୃହରେ ଭାରତ ବିକାଶ ପରିଷଦ ଓଡ଼ିଶାର ଶହୀଦ ବାଜିରାଉତ ଶାଖାର ସଭାପତି ପ୍ରାକ୍ତନ ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ସଭାପତିତ୍ବରେ,ପୂର୍ବପ୍ରାନ୍ତ ଉପାଧ୍ୟକ୍ଷ (ପର୍ଯ୍ୟାବରଣ) ଇଂ.ବାବୁଚାନ୍ଦ ମହାଳିକ,ମହିଳା ସହଭାଗିତା ପ୍ରମୁଖ ସବିତା ଧୀରଙ୍କ ଉପସ୍ଥିତିରେ ସଭା ସଂଚାଳକ ରାଜୀବ ଲୋଚନ ମାହୁନ୍ତଙ୍କ ବଳିଷ୍ଠ ସଂଯୋଜନାରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ସାନ୍ତ୍ଵନା ମିଶ୍ର,ମୁଖ୍ୟବକ୍ତା ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବୀ ପ୍ରଭାସିନୀ ମହାକୁଡ଼ ଯୋଗଦାନ କରି ନାରୀ ସ୍ବାଧିନତା,ନାରୀ ସଶକ୍ତିକରଣ,ନାରୀର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ନାରୀ ହିଁ ଯୁଗେ ଯୁଗେ ସମଗ୍ର ବିଶ୍ଵରେ ପରିବର୍ତ୍ତନର ସୂତ୍ରଧାର ସାଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ନାରୀ ସମ୍ପର୍କ,ସହଯୋଗ,ସଂସ୍କାର,ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ।ଭାରତ ବିକାଶ ପରିଷଦ ଓଡ଼ିଶାର ଶହୀଦ ବାଜିରାଉତ ଶାଖାର ସଭାପତି ପ୍ରାକ୍ତନ ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ବିଶ୍ଵ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିବାକୁ ଯାଇ ନାରୀ ସମାଜକୁ ବିଶ୍ଵ ବିକାଶର ବିବର୍ତ୍ତନର ବାର୍ତ୍ତାବହ ଭାବରେ ଅବହିତ କରିଥିଲେ। ଏହି ଅବସରରେ କବୀ କାଦମ୍ବରୀ ମହାଖୁଡ଼ଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ବରିଷ୍ଠ ଶିକ୍ଷାବିତ୍, ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ଭାରତ ବିକାଶ ପରିଷଦ ସଦସ୍ୟତଥା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ନାରୀ ପାଇଁ ଗୋଟିଏ ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ ପାଠ କରିଥିଲେ।ଅଧିବକ୍ତା ନିର୍ମଳା ମହାପାତ୍ର,କବୀ କାଦମ୍ବରୀ ମହାଖୁଡ଼, ଡ.କବିତା ମହାନ୍ତି,ଡ.ଅନୁପମା ମିଶ୍ର,ରାଜୀବ ଲୋଚନ ମାହୁନ୍ତ,ସ୍ନିଗ୍ଧା ନନ୍ଦ,ଇଂ.ମୋନାଲିସା ମାହୁନ୍ତ,ଶୀତଳ ପରିଡ଼ା, ପ୍ରତିମା ମିଶ୍ର,ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳ ମହିଳା ସହଭାଗିତା ବିଭାଗର ସମସ୍ତ ସଦସ୍ୟା,ସଦସ୍ୟ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା। ସଭା ପ୍ରାରମ୍ଭରେ ଭାରତ ମାତା,ସ୍ବାମୀ ବିବେକାନନ୍ଦ ଓ ସର୍ବ କନିଷ୍ଠ ଶହୀଦ ବା ଜିରାଉତଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ ,ଧୂପ ଅର୍ପଣ କରାଯାଇ ମଙ୍ଗଳାଚରଣ ଗାନ କରାଯାଇ ଥିଲା।ସଭା ସଂଚାଳକ ରାଜୀବ ଲୋଚନ ମାହୁନ୍ତଙ୍କ ବଳିଷ୍ଠ ସଂଯୋଜନାରେ ସଭାକାର୍ଯ୍ୟ ସଫଳ ଭାବରେ ପରିଚାଳିତ ହୋଇଥିଲା ।ପରିଶେଷରେ ମହିଳା ସହଭାଗିତା ପ୍ରମୁଖ ସବିତା ଧୀର ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର, ଙ୍କ ରିପୋର୍ଟ୍ 

Related posts

ତୋଫାଲି ନାଏକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ପ୍ରେସ୍ ମିଟ

masiha

5 T ସଚିବଙ୍କ ନାରାୟଣପାଟଣା ଗସ୍ତ

Sunil Chandra Nayak

କାରନ୍ଦା ସେଣ୍ଟଜାଭିଅର ପବ୍ଲିକ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!