ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ ,ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ 

ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

ଢେଙ୍କାନାଳ  // ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଶାଖା ତରଫରୁ ଦଧିବାମନ ମଠ ପ୍ରାଙ୍ଗଣରେ ଏକ ସାଧାରଣ ସଭା ଏବଂ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ଶ୍ରୀମତୀ ସସ୍ମିତା ରାଉତଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏବଂ ସିମାଞ୍ଜଳି ବେହେରାଙ୍କ ସଂଯୋଜିତ ଏହି ସଭାରେ ଢେଙ୍କାନାଳର ପ୍ରଥମ ମହିଳା ଆଇନଜୀବୀ ସୁଶ୍ରୀ ସୁଭାଷିନୀ ମହାକୁଡ଼, ଶ୍ରୀ ରବିଶଙ୍କର ବିଦ୍ୟାଳୟର ଅଧ୍ୟକ୍ଷ୍ୟା ଡ଼ଃ ସୁନିତା ଦେବୀ ଏବଂ ଢେଙ୍କାନାଳର ଗର୍ବ, ପର୍ବତାରୋହିଣୀ ସୁଶ୍ରୀ ବିଭାରାଣୀ ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ପାଳନ ଏବଂ ସୁସ୍ଥ ସମାଜ ଗଠନରେ ମହିଳାଙ୍କ ଭୂମିକା ଶୀର୍ଷକରେ ଆଲୋଚନା ରଖିଥିଲେ |

ଉକ୍ତ ଉତ୍ସବରେ ଢେଙ୍କାନାଳ ଝିଅ ପର୍ବତାରୋହିଣୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଶ୍ରୀମତୀ ସଂଯୁକ୍ତା ସାହୁ ଏବଂ ସରିତା ମାନାଙ୍କ ସହଯୋଗରେ ଫୋରମ ତରଫରୁ ସୁନାଝିଅ ସମ୍ମାନରେ ସମ୍ମାନିତ କରାଯାଇଛି |ମହାକାଶରେ ଦୀର୍ଘଦିନ ହେଲା ଅଟକିଥିବା ସୁନିତା ଉଇଲିଅମସ ଙ୍କ ନିରାପଦ ଏବଂ ଅବିଳମ୍ବ ଅବତରଣ ପାଇଁ ଦଧି ବାମନଙ୍କୁ ପ୍ରାର୍ଥନା କରାଯାଇଥିଲା |

ପ୍ରାରମ୍ଭରେ ଶ୍ରୀମତୀ ବିଳାସିନୀ ଶତପଥୀଙ୍କ ସଭାପତିତ୍ବ ଏବଂ କବୀ ନିବେଦିତା ରଥ ଏବଂ ପ୍ରଜ୍ଞା ପ୍ରିୟା ସ୍ୱାଇଁଙ୍କ ସଂଯୋଜନାରେ ବହୁ କବି ସେମାନଙ୍କ ସ୍ୱ ରଚିତ କବିତା ପାଠ କରିଥିଲେ |

ସମସ୍ତ ଉପସ୍ଥିତ ଅତିଥି, କବି କବୟିତ୍ରୀ, ସାମ୍ବାଦିକ ଭାଇ ଭଉଣୀ ଓ ଫୋରମର ସଦସ୍ୟ ସଦସ୍ୟା ମାନଙ୍କୁ ଅନୁଷ୍ଠାନ ତରଫରୁ ଶ୍ରୀମତୀ ପ୍ରୀତିଲତାସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଢେଙ୍କାନାଳ ଥିଙ୍କର୍ସ ଫୋରମର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ ରଖିଥିଲେ |

ଢେଙ୍କାନାଳରୁ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

କଂକ୍ରିଟ ରାସ୍ତାର ମହାଦୁର୍ନୀତି , ୪ ମାସ ଭିତରେ କଂକ୍ରିଟ ରାସ୍ତା ଖଣ୍ଡ ଖଣ୍ଡ 

Sunil Chandra Nayak

Leave a Comment

error: Content is protected !!