ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ମୟୂରଭଞ୍ଜ – ୨/୦୩ ( ମସିହା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କର ମର ଶରୀରକୁ ୩ ନମ୍ବର ଓ୍ବାର୍ଡ ମନ୍ଦିର ସାହି ନିକଟସ୍ଥ ବାସ ଭବନକୁ ଅଣା ଯାଇଥିଲା । ରାଇରଙ୍ଗପୁର ମନ୍ଦିର ସେ ଦିର୍ଘ ଦିନ ହେଲା କିଡନୀ ଜନିତ ରୋଗରେ ପିଡୀତ ଥିଲେ । ତାଙ୍କ ବିୟୋଗରେ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ ଅମାୟିକ, ଛାତ୍ର ଵତ୍ସଳ, ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ ଖବର ପାଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ଯାପିକା, ଛାତ୍ରୀମାନେ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ ସହପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତଦସହ ତାଙ୍କ ହାଇସ୍କୁଲ ବେଚ୍,+୨ କଲେଜ ଵେଚ,ଅନର୍ସ ବେଚ,ପିଜି ବେଚର ସାଙ୍ଗ ସାଥି ,ଜ୍ଞାତି ପରିଜନ,ବଂଧୁ ବାନ୍ଧବ ପ୍ରମୁଖ ଖବର ପାଇ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପ୍ରିୟ ସାଥୀଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।ପରେ ରାଇରଙ୍ଗପୁର ସ୍ଵର୍ଗ ଦ୍ଵାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ମା’ କିଚକେଶ୍ବରୀ କ୍ଳାସେସ୍(ଏମ୍. କେ.କ୍ଲାସେସ୍)ରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ। ପ୍ରତ୍ସାହନ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

Leave a Comment

error: Content is protected !!