ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

  ମହାବିଷ୍ଣୁ ଯଜ୍ଞ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ଯଜ୍ଞାନୁଷ୍ଠାନ ଦ୍ବାରା ଏକତା,ଭାତୃତ୍ୱଭାବ ବୃଦ୍ଧି ପାଏ। ଯଜ୍ଞ ସମସ୍ତ ଜୀବଜଗତରେ ଆଣେ ସନ୍ତୁଷ୍ଟି। ଯଜ୍ଞ ଦ୍ବାରା ବୃଷ୍ଟି, ସୃଷ୍ଟି, ପୃଷ୍ଟି, ତୃଷ୍ଟି ପ୍ରାପ୍ତି ହୋଇଥାଏ। ଏହିପରି ମହାନ ଉଦ୍ଦେଶ୍ୟ ରଖି କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଆଜକୁ ୪୦ବର୍ଷ ତଳେ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞର ପ୍ରାରମ୍ଭ କରିଥିଲେ। ଏବଂ ସଫଳତାର ସହ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହୋଇ ଚଳିତ ବର୍ଷ ୪୧ତମ ବାର୍ଷିକ ଉତ୍ସବ ତଥା ପଞ୍ଚଦିବସୀୟ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ କନ୍ଦାଗଡ,ଆମପାଣି ଠାରେ ସୃଷ୍ଟି ପ୍ରାରମ୍ଭ ଦିବସ ଅର୍ଥାତ ଅପ୍ରେଲ ୬,୭,୮,୯,୧୦ରିଖ ୨୦୨୪ରେ ଆୟୋଜନ ହେବ। ମହାବିଷ୍ଣୁ ଯଜ୍ଞ ଅବସରରେ ମନ୍ତ୍ରଦୀକ୍ଷା,ବ୍ରତୋପନୟନ,ମୁଣ୍ଡନ,କୁଣାବରୀ,ଅନ୍ନପ୍ରଶାନ, ବିଦ୍ୟାରମ୍ଭ ପରି ସଂସ୍କାର କାର୍ଯ୍ୟକ୍ରମ ଏବଂ  ସନ୍ତାନଚରୁ,ଆରୋଗ୍ୟ ଚରୁ ବଣ୍ଟନ  ହେବ। ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ହବନ,ପୂଜନ ସହ ବିଦ୍ୟାର୍ଥୀ ଶିବିର,ଯୁବବର୍ଗଙ୍କୁ ଶିବିର ମାଧ୍ୟମରେ ସଂସ୍କାର ଶିକ୍ଷା, ଆଧ୍ୟାତ୍ମିକ ଜୀବନଦର୍ଶନ ଧର୍ମୀ ପ୍ରବଚନ,ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱକୁ ସମ୍ମାନିତ କରିବା,ଦୁଇ ଓଳି ଅନ୍ନପ୍ରସାଦ ବିତରଣ ହେବ। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଆଜି ବିଶିଷ୍ଟ ଆଧ୍ୟାତ୍ମିକତା ଗବେଷକ, ଜଗନ୍ନାଥ ସଂସ୍କୃତି ପ୍ରଚାରକ,କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ସ୍ୱହସ୍ତରେ ପବିତ୍ର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ଙ୍କ ତତ୍ତ୍ୱାବଧାନରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଶ୍ରୀ ପ୍ରେମାନନ୍ଦ, ସହଯୋଗ କରିଥିଲେ। ଭୂମିପୂଜନ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଲାଜିଂଗଡ ବିଧାୟକ ପ୍ରଦୀପ ଦିଶାରୀ,ଶ୍ରୀ କ୍ରିୟାନନ୍ଦ, ଶ୍ରୀ ଦେବାନନ୍ଦ,ଶ୍ରୀ ସର୍ବାନନ୍ଦ,ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଜିତେନ୍ଦ୍ର ପଣ୍ଡା,ତନୁକଲାଲ ନାଗ,ନବୀନ ରାଉତ,ସୁଜିତ ଠାକୁର,ସୁଶାନ୍ତ ମେହେର,ସଦାଶିବ ମହାରଣା,କୈଳାସ ନାଏକ, ନବୀନ ମେହେର,ମୋହନ ମେହେର,ଶ୍ରୀ ଗିରିଜାନନ୍ଦ,ଶ୍ରୀ ମୁକୁଦାନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି,କୋକସରା ବ୍ଲକ ଆତ୍ମା ସଭାପତି ଋତୁରାଜ ମାଝୀ, ସମେତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ବିଭିନ୍ନ ଶାଖା ସଂଘର ଶିଷ୍ୟ ଶିଷ୍ୟା ,ଶୁଭେଛୁ ଓ ନେତୃସ୍ଥାନୀୟ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ରହିଥିଲେ। କନ୍ଦାଗଡ ଶାଖା ସଂଘର ଭାଇ,ଭଉଣୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

ଯୁବ ଚେତନାର ଅମୃତ ସ୍ୱର : ଜ୍ଞାନ ରଂଜନ ସାହୁ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

masiha

Leave a Comment

error: Content is protected !!