ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଡାବୁଗାଁ – 5/6 (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପରିବେଶ ଦିବସ ସୋମବାର ପାଳିତ ହୋଇଯାଇଛି | ପ୍ରଥମେ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ରାସ୍ତା ର ଦୁଇ ପାର୍ଶ୍ଵରେ ପଡ଼ିଥିବା ପ୍ଲାଷ୍ଟିକ ର ଆବର୍ଜନା ସଫା କରି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ | ପରେ ବନାଞ୍ଚଳ କର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା | ଉକ୍ତ ସଭାରେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାର କୁ ମନା କରିଥିଲେ | ପ୍ରକୃତି ଆମର ମା, ମନୁଷ୍ୟର ବଂଚିବା ପାଇଁ ଜଙ୍ଗଲ ର ଆବଶ୍ୟକ ତା, ଜଙ୍ଗଲ କ୍ଷୟ ହେବାରୁ ପରିବେଶ ଅସନ୍ତୁଳିତ ହେଉଛି, ଜଙ୍ଗଲ ଆମର ମା ତାକୁ ନଷ୍ଟ କରିବା ମାନେ ନିଜର ମା କୁ ହତ୍ୟା କରିବାସହ ସମାନ ଅଟେ | ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବା ଦରକାର ଉକ୍ତ ଗଛ କୁ ନିଜର ପିଲା ଭଳି ଯତ୍ନ ନେବା ଆବଶ୍ୟକ | ଏହି ଅବସରରେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ମୈଦଳପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ବୃନ୍ଦାବନ ମାଝୀ, ସମସ୍ତ ବନରକ୍ଷୀ, ବନ କର୍ମଚାରୀ, ସମସ୍ତ ବନ ସଂରକ୍ଷଣ ସମିତିର ସଭାପତି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଯୋଗାଯୋଗ ଦେଇଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ

Sunil Chandra Nayak

ଢେଙ୍କାନାଳ ନିର୍ମାଣ ଶ୍ରମିକ ଜିଲ୍ଲା ସମ୍ମିଳନୀ

Sunil Chandra Nayak

ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ, ସ୍ୱାଧୀନତା ଦିବସରେ ସରପଞ୍ଚ ଦେଲେ ଟ୍ରାଇ ସାଇକଲ 

masiha

Leave a Comment

error: Content is protected !!