ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜଗଜ୍ଜିବନ ସା ଙ୍କ କବିତା = ବାହାନଗା ଦୁର୍ଘଟଣା

ବାହାନଗା ଦୁର୍ଘଟଣା

ବାପା କହୁଛି ମୁଁ ପୁଅ
ଏକଇର ବଳା ବିଶିକେଶନ
କାହିଁ, କାହିଁ?
ମାଆ କହୁଛି ମୋ ପୁଅ 
ମୋର ଜୀବନ ସଙ୍ଖାଳି 
କାହିଁ କାହିଁ?
ଝିଅ କହୁଛି ମୋ ଭାବିସ୍ବାମୀ
କାହିଁ କାହିଁ ?
ପୁଅ କହୁଛି ମୋର ଭାବିସ୍ତ୍ରୀ
କାହିଁ କାହିଁ ?
ଖୋଜୁଛନ୍ତି ଖାଲି 
କେହି ତ ପାଇ ନାହାନ୍ତି ଏଠି
ଉଜୁଡ଼ି ଯାଇଛି ପକ୍ଷୀ ବସା
ଭାଙ୍ଗିଯାଇଛି ସୁନାର ପରିବାର
ସର୍ବନାଶ ହୋଇଯାଇଛି
ଶଙ୍ଖା, ସିନ୍ଦୂର
ଝରୁଛି ଆଖିରୁ ଲୁହର ବର୍ଷା
ପୋଡ଼ିଯାଉଛି ବିରହ ନିଆଁରେ ହୃଦୟ
କାନ୍ଧୁଛି ମାଟିମା 
ଅଶୁଭ ମୁହୂର୍ତ୍ତର ବାହାନଗା
ରେଳ ଦୁର୍ଘଟଣା ।
ଏ କି ବିଚିତ୍ର ଦୃଶ୍ୟ
ପଡ଼ିରହିଛି 
କେଉଁଠି ପ୍ରାଣଶୂନ୍ୟ ଶରୀର
କେଉଁଠି ମୁଣ୍ଡହୀନ ଗଣ୍ଡି
ତ କେଉଁଠି ଗୋଡ଼, ହାତ, 
ଦେହ କଟା ଶବ , 
ଶୋକାକୁଳ ଦେଶ ?

ଜଗଜ୍ଜିବନ ସା

କୁମ୍ଭାରୀ , ଗୋଲାମୁଣ୍ଡା
କଳାହାଣ୍ଡି (ଓଡିଶା) 

Related posts

ଅପରାଜିତା ପରିଡ଼ା ଙ୍କ କବିତା // ସତ୍ୟ ଶିବ ସୁନ୍ଦର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ହେ ଇଂରାଜୀ ନବବର୍ଷ

Sunil Chandra Nayak

ମିନତି ଦାଶ ଙ୍କ କବିତା = ବସନ୍ତ

Sunil Chandra Nayak

Leave a Comment

error: Content is protected !!