ସାହିତ୍ୟ ଅଗଣାଜଗଜ୍ଜିବନ ସା ଙ୍କ କବିତା = ବାହାନଗା ଦୁର୍ଘଟଣା by Sunil Chandra NayakJune 5, 2023052 Share0 ବାହାନଗା ଦୁର୍ଘଟଣା ବାପା କହୁଛି ମୁଁ ପୁଅ ଏକଇର ବଳା ବିଶିକେଶନ କାହିଁ, କାହିଁ? ମାଆ କହୁଛି ମୋ ପୁଅ ମୋର ଜୀବନ ସଙ୍ଖାଳି କାହିଁ କାହିଁ? ଝିଅ କହୁଛି ମୋ ଭାବିସ୍ବାମୀ କାହିଁ କାହିଁ ? ପୁଅ କହୁଛି ମୋର ଭାବିସ୍ତ୍ରୀ କାହିଁ କାହିଁ ? ଖୋଜୁଛନ୍ତି ଖାଲି କେହି ତ ପାଇ ନାହାନ୍ତି ଏଠି ଉଜୁଡ଼ି ଯାଇଛି ପକ୍ଷୀ ବସା ଭାଙ୍ଗିଯାଇଛି ସୁନାର ପରିବାର ସର୍ବନାଶ ହୋଇଯାଇଛି ଶଙ୍ଖା, ସିନ୍ଦୂର ଝରୁଛି ଆଖିରୁ ଲୁହର ବର୍ଷା ପୋଡ଼ିଯାଉଛି ବିରହ ନିଆଁରେ ହୃଦୟ କାନ୍ଧୁଛି ମାଟିମା ଅଶୁଭ ମୁହୂର୍ତ୍ତର ବାହାନଗା ରେଳ ଦୁର୍ଘଟଣା । ଏ କି ବିଚିତ୍ର ଦୃଶ୍ୟ ପଡ଼ିରହିଛି କେଉଁଠି ପ୍ରାଣଶୂନ୍ୟ ଶରୀର କେଉଁଠି ମୁଣ୍ଡହୀନ ଗଣ୍ଡି ତ କେଉଁଠି ଗୋଡ଼, ହାତ, ଦେହ କଟା ଶବ , ଶୋକାକୁଳ ଦେଶ ? ଜଗଜ୍ଜିବନ ସା କୁମ୍ଭାରୀ , ଗୋଲାମୁଣ୍ଡା କଳାହାଣ୍ଡି (ଓଡିଶା)