ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଦୁର୍ଗାପୂଜା ଓ ବଳଦ ଯାତ୍ରା ପାଇଁ ପୋଲିସ ର ଫ୍ଲାଗ ମାର୍ଚ୍ଚ , ୨- ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ , ୩-ବାପାଙ୍କ ହାତରେ ଖବରକାଗଜ ପୁଅ ସମ୍ଭାଳୁଛି ଛାତ୍ର ନେତୃତ୍ୱ, ଢେଙ୍କାନାଳ ପାଇଁ ଗର୍ବ ବିଶ୍ୱଜିତ ଷଡ଼ଙ୍ଗୀ , ୪- ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବହ୍ଲବ କୁ ପରିଦର୍ଶନ ରେ ଆସିଥିଲେ ଗଁଦିଆ ବ୍ଳକ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ୫- ମୁଣ୍ଡୁମାରୀରେ ସଡ଼କ ଦୁର୍ଘଟଣାରେ ୨ ଗୁରୁତର, ୬- ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରି ଘଟଣା, ନାବାଳକ ସମେତ ୨ ଅଭିଯୁକ୍ତ କାବୁ

ଦୁର୍ଗାପୂଜା ଓ ବଳଦ ଯାତ୍ରା ପାଇଁ ପୋଲିସ ର ଫ୍ଲାଗ ମାର୍ଚ୍ଚ 

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଶାରଦୀୟ ଦୁର୍ଗାପୂଜା ଓ ପ୍ରସିଦ୍ଧ ବଳଦ ଯାତ୍ରା କୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ ଙ୍କ ତତ୍ତ୍ଵାବଧାନରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ,ଏସ ଆଇ ସୋମ୍ୟ ରଞ୍ଜନ ଭୋଇ, ଏ ଏସ ଆଇ ପ୍ରଦୀପ କୁମାର ଭୂୟାଁ,ଶଙ୍କର ମାଝୀ ଙ୍କ ସହ ୧୦ ଜଣ ପୋଲିସ ଅଫିସର, ୧ ପ୍ଲାଟୁନ୍ ପୋଲିସ ଫୋର୍ସ ଙ୍କ ଗହଣରେ ନୂଆ ଭୁବନ ଛକ ରୁ କାଳୀ ବଜାର,କଲେଜ ରୋଡ,ବଙ୍ଗଳା ଚ୍ଛକ,ସିନେମା ହଲ ଛକ ସମେତ ସାରା ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଦୁର୍ଗାପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ସାଧାରଣ ଲୋକ,ଦର୍ଶକ ଓ ଭକ୍ତ ଙ୍କ ସୁରକ୍ଷା ଦେବାପାଇଁ ଭୁବନ ଥାନା ବଦ୍ଧ ପରିକର ବୋଲି ଆଇ ଆଇ ସି ରେଣୁବାଳା ସାହୁ ସୂଚନା ଦେଇଛନ୍ତି।

ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ 

କାମାକ୍ଷାନଗର- କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଢେଙ୍କାନାଳ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ବିପ୍ଲବୀ ସାରଙ୍ଗଧର ଗଡଜାତ ଗାନ୍ଧୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାର ପ୍ରକାଶ କରିଥିଲେ l ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ବିପ୍ଲବୀ ସାରଙ୍ଗଧର ନିଜର ଶିକ୍ଷା ପରେ କୃଷିକୁ ଗୁରୁତ୍ୱ ଦେଇ ଆଖୁଚାଷ କରିବା ଏବଂ ପରେ ସ୍ୱାଧୀନତା ଆନ୍ଦୋଳନରେ ଗଡଜାତ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥି, ନୀଳମଣି ମହାପାତ୍ର, ମଦନମୋହନ ବରାଳ,ଚିନ୍ମୟ ମିଶ୍ର,ଜଗନ୍ନାଥ ଗଡ଼ନାୟକ, ରସାନନ୍ଦ ଦେହୁରୀ, ସମୀର କୁମାର ଦାସ,ମଧୁସୂଦନ ରାଉତ,ଉପଖଣ୍ଡ ସାମ୍ବାଦିକ ସଙ୍ଘର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର,ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ,ବିଷ୍ଣୁ ପ୍ରସାଦ ସେଠି, ଧର୍ମାନନ୍ଦ ସେଠି ପ୍ରମୁଖ ଗଡଜାତ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l

ବାପାଙ୍କ ହାତରେ ଖବରକାଗଜ ପୁଅ ସମ୍ଭାଳୁଛି ଛାତ୍ର ନେତୃତ୍ୱ, ଢେଙ୍କାନାଳ ପାଇଁ ଗର୍ବ ବିଶ୍ୱଜିତ ଷଡ଼ଙ୍ଗୀ 

 ଢେଙ୍କାନାଳ – ସଫଳତା ଆଗରେ ହାର ମାନେ ଆର୍ଥିକ ଅଭାବ, ଆଉ ପରିଶ୍ରମ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ। ଏହାର ଏକ ପ୍ରେରଣାଦାୟକ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗାଁର ଜଣେ ଯୁବକ। ବାପା ଖବରକାଗଜ ବିକ୍ରି କରି ପରିବାର ଚଳାଉଥିବା ବେଳେ ପୁଅ ଆଜି ପ୍ରତିଷ୍ଠିତ ରେଭେନ୍ସାର ସଭାପତି ହୋଇ ଗାଁ ପାଇଁ ଗୌରବ ଆଣିଛନ୍ତି।ଜଣେ ଖବରକାଗଜ ବିକ୍ରେତା ବାପାଙ୍କ ସଂଘର୍ଷ, ପରିଶ୍ରମ ଓ ପୁଅର ଭବିଷ୍ୟତ ପାଇଁ ଦେଖିଥିବା ସ୍ୱପ୍ନ ଆଜି ସାର୍ଥକ ହୋଇଛି। ଜୀବନରେ ଆର୍ଥିକ ସ୍ଥିତି ନୁହେଁ, ବରଂ ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ଲକ୍ଷ୍ୟ ପ୍ରତି ନିଷ୍ଠା ଯେ ସଫଳତାର ପ୍ରକୃତ ଚାବିକାଠି, ଏହି ସଫଳତା ତାହା ପ୍ରମାଣିତ କରିଛି।

ରେଭେନ୍ସା ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସଭାପତି ପଦ ହାସଲ କରିବା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ; ଏହା ନେତୃତ୍ୱ, ଦାୟିତ୍ୱବୋଧ ଓ ଯୁବଶକ୍ତିର ପ୍ରତୀକ। ଏହି ଉପଲବ୍ଧି ତାଙ୍କ ପରିବାର ସହ ସମଗ୍ର ଷଡ଼ଙ୍ଗୀ ଗାଁ ଓ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବର ବିଷୟ।

ବାପାଙ୍କ ହାତରେ ଖବରକାଗଜ, ପୁଅଙ୍କ କାନ୍ଧରେ ନେତୃତ୍ୱର ଦାୟିତ୍ୱ। ଏହି ସଫଳତାର କାହାଣୀ ଆଜିର ଯୁବପିଢ଼ିକୁ ଶିଖାଉଛି ଯେ ସ୍ୱପ୍ନ ଦେଖିବା ଓ ତାହାକୁ ସାକାର କରିବା ପାଇଁ ଦୃଢ଼ ସଂକଳ୍ପ ହିଁ ସବୁଠାରୁ ବଡ଼ ଶକ୍ତି।

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବହ୍ଲବ କୁ ପରିଦର୍ଶନ ରେ ଆସିଥିଲେ ଗଁଦିଆ ବ୍ଳକ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ

ଢେଙ୍କାନାଳ – ଶୈକ୍ଷିକ ପରାମର୍ଶ ପାଇଁ ଗଁଦିଆ ବ୍ଳକ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଗଁଦିଆ ବ୍ଳକ ର ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ଅନୁମୋଦିତ ବହ୍ଲବ ଗ୍ରାମ ରେ ଗଢିଉଠିଥିବା ଜ୍ଞାନ ମନ୍ଦିର କୁ ଆସି ଶୈକ୍ଷିକ ପରାମର୍ଶ ପ୍ରଦାନ କରିଥିଲେ। ଜ୍ଞାନ ମନ୍ଦିର ର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତ ସହ ଅନୁଷ୍ଠାନ ର ସମ୍ପାଦକ ଅନ୍ତର୍ଯ୍ୟାମୀ ସାମଲ ଙ୍କ ସଦୟ ଉପସ୍ଥିତ ରେ ଉଭୟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରି ଜ୍ଞାନ ମନ୍ଦିର ର ଉନ୍ନତି କାମନା କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସାମଲ ଙ୍କ କାର୍ଯ୍ୟ ଶୈଳୀ ର ଭୂୟସୀ ପ୍ରଶଂସା କରିଥିଲେ।

ମୁଣ୍ଡୁମାରୀରେ ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ-ଶୋରିଷିଆପଦା ରାସ୍ତାର ମୁଣ୍ଡୁମାରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଘରକୁ ଫେରୁଥିବା ସମୟରେ ମୁଣ୍ଡୁମାରୀ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଥିଲା। ଏଥିରେ ମୁଣ୍ଡୁମାରୀ ଗ୍ରାମର ତପୁ ଖଟୁଆ (୧୮) ଓ ସୁବଳ ଖଟୁଆ (୩୫) ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତପୁ ଖଟୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରି ଘଟଣା, ନାବାଳକ ସମେତ ୨ ଅଭିଯୁକ୍ତ କାବୁ

ଢେଙ୍କାନାଳ – ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ଜଣେ ନାବାଳକ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ନୂଆମୌଜା ଗ୍ରାମର ଗୌତମ ଓରଫ୍ ଆଦର୍ଶ ବେହେରା(୧୯)। ସେମାନଙ୍କ ଠାରୁ ସମସ୍ତ ଚୋରି ବ୍ୟାଗ୍ ଉଦ୍ଧାର ହୋଇଛି। ପୋଲିସ ସୂଚନା ମୁତାବକ, ପୁରୁଣାକୋଟ୍ ଥାନା ଇଲାକା ଟାଇଁସି ଗ୍ରାମର ବିଶ୍ୱଜିତ୍ ପ୍ରଧାନ ଅନୁଗୋଳ ସହରରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବସାୟ କରନ୍ତି। ନୂଆମୌଜା ଠାରେ ତାଙ୍କ ଗୋଦାମ ରହିଛି। ଗତ ରବିବାର ରାତି ୮ଟାରେ ସେ ଗୋଦାମ ବନ୍ଦ କରିଥିଲେ। ମାତ୍ର ମଙ୍ଗଳବାର ସକାଳେ ଯାଇ ଦେଖିଲା ବେଳକୁ ଗୋଦାମରୁ ଚୋରି ହୋଇଥିଲା। ଦୁର୍ବୃତ୍ତ ଟିଣ ଛାତ ଭାଙ୍ଗି ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରାଇ ନେଇଥିଲେ। ଆଜି ପୋଲିସ ନାବାଳକ ସମେତ ୨ ଅଭିଯୁକ୍ତ କାବୁ କରିଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

୮ ରେ କୃଷକ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦୋକାନ ବଜାର ଅଖଚକ ବନ୍ଦ,ଆବଶ୍ୟକ ପଦକ୍ଷେପ ପାଇଁ ଦାବି

ପୌରପାଳିକା ଓ ଅଲ ସିଡ୍ୟୁଲଡ କାଷ୍ଟ ଫେଡେରେସନର ନିଆରା ପଦକ୍ଷେପ ଉନ୍ମୋଚିତ ହେଲା ସମ୍ବିଧାନ ପ୍ରତିକୃତୀ ଓ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

masiha

St. Xavier’s Public School ର ନୂତନ ଶିଶୁ ଛାତ୍ରଛାତ୍ରୀ ଙ୍କ ସହ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!