ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା , ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ,

ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର ହୋଇଛି।

ଗୁରୁତର ଅବସ୍ଥାରେ ନାବାଳକ ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜ ରେ ଭର୍ତ୍ତି କରଯାଇଛି । ଦଶପୁର ଗ୍ରାମର ର ବିମଲ ସେଠି(୧୦) ନିଜ ଘର ଛାତ ଉପରେ ଖେଳୁଥିବା ସମୟରେ ଅସାବଧାନତା ହେତୁ ଛାତରୁ ଖସି ପଡିଥିଲେ । ସେହି ସମୟରେ ଛାତରେ ଥିବା ଏକ ଲୁହା ରଡ଼ ତାଙ୍କ ପେଟର ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ସେ ସେହି ଅବସ୍ଥାରେ ରଡ଼ ରେ ଝୁଲିକି ରହି ଯାଇଥିଲେ । ସେ ଜୀବନ ବିକଳରେ ଚିତ୍କାର କରିବାରୁ ଘର ଲୋକେ ଆସି ରଡ଼ ଟିକୁ କାଟି ତାଙ୍କୁ ସେଠୁ ଉଦ୍ଧାର କରିଥିଲେ ଏବଂ ରଡ଼ ପଶିଥିବା ଅବସ୍ଥାରେ ହିଁ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବାଳକଟିର ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

Sunil Chandra Nayak

ଜିଲ୍ଲାପାଳଙ୍କ ତେନ୍ତୁଳିଖୁଣ୍ଟି ଗସ୍ତ : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାଲିଥିରେ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!