ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

ନର୍ଲା,୩|୧୨(ମ ନି ସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଧର୍ମପରାୟଣା ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ଏକଦଶାହ ଦିବସ ଅବସରରେ ଯାଦବ ମହାସଭା ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତିବିତ୍ ସ୍ବର୍ଗତ ବେଣୁଧର ଧଙ୍ଗଡାମାଝୀଙ୍କ ଧର୍ମପତ୍ନୀ ବିମ୍ବୋଷ୍ଠୀ ଦେବୀ ଦେବଗିରି ମଠର ନବୀକରଣ କାର୍ଯ୍ୟର ପୁରୋଧା ଥିଲେ। ଏହି ମହିୟସୀ ମହିଳାଙ୍କ ଶୋକସଭାର ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ। ସଭାରେ ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ମଦନମୋହନ ବଗର୍ତ୍ତି, ଚିନ୍ତାମଣି ଚନ୍ଦନ, ଉତ୍କଳ ଯାଦବ ମହାସଭାର ମହେନ୍ଦ୍ର ନାଏକ, ନର୍ଲା ବ୍ଲକ ଯାଦବ ମହାସଭା ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ମାଧବ ନାଗ, କେସିଙ୍ଗା ବ୍ଲକ ଯାଦବ ମହାସଭା ସମ୍ପାଦକ ମହିପାଳ ନାଏକ, ପ୍ରଫୁଲ୍ଲ ନାଏକ, କର୍ଲାମୁଣ୍ଡା ବ୍ଲକ ଯାଦବ ମହାସଭାର କିଶୋର ନାଗ, ନର୍ଲା ବ୍ଲକ ଯୁବ ଯାଦବ ମହାସଭା ସଭାପତି ପ୍ରସୁନ୍ ଜାଲ, ମିତ ପୁଅ ଦିପକ ମହାପାତ୍ର, ପୁଅ ଅଶୋକ, ସଞ୍ଜୟ, ପ୍ରଦୀପ, ବିଜୟ, ନଣନ୍ଦ ଭାନୁମତୀ, ଝିଅ ଅହଲ୍ୟା, ଶୁକ, କଳା, ସନ୍ଧ୍ୟା, ରାଖି, ବନିତା, ନାତୁଣୀ ଜ୍ୟୋତ୍ସ୍ନା, ରଶ୍ମି, ଜ୍ୟୋତି, ନାତି ସୁନୀଲ, ସୁଧୀର, ସଲିଲ, ସୁମିତ ଙ୍କ ସମେତ ଜ୍ଞାତି କୁଟୁମ୍ବ ଓ ଛତିଶ ପାଟକର ଲୋକ ଉପସ୍ଥିତ ଥିଲେ। ସଭା ସଂଯୋଜନା କରିଥିଲେ ଭାଗବତିଆ କବି ମଧୂସୁଦନ ରାଉତ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ପ୍ରସ୍ତାବ ଗୃହୀତ

Sunil Chandra Nayak

Leave a Comment

error: Content is protected !!