ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଅର୍ପଣ ରଥ ପରିକ୍ରମାକୁ ଭବ୍ୟ ସ୍ଵାଗତ ଓ ଉଦଯାପିତ 

ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଅର୍ପଣ ରଥ ପରିକ୍ରମାକୁ ଭବ୍ୟ ସ୍ଵାଗତ ଓ ଉଦଯାପିତ 

 ମୟୂରଭଞ୍ଜ – ୧୪/୦୧ ( ମସିହା )କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉତ୍ସର୍ଗୀକୃତ ହେବ । ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଜଗନ୍ନାଥ ପ୍ରେମୀମାନେ ଗାଁରୁ ସହର ଜଗନ୍ନାଥ ଅନୁପ ରଥ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳ ସହ ପ୍ରତ୍ୟେକ ଘରକୁ ଘର ଯାଉଥିବା ଲକ୍ଷ୍ୟ କରି ଯାଉଥିଲା । ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ୧୫ ଟି ଓ୍ବାର୍ଡରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି ।ୱାର୍ଡ ବାସୀମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ଅକ୍ଷତ ଅରୁଆ ଚାଉଳ,ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ ।ଓ୍ବାର୍ଡବାସୀ ମାନେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରଥକୁ ଶଙ୍ଖ, ହୁଳହୁଳି ଓ କୀର୍ତ୍ତନ ସହକାରେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।ସମଗ୍ର ରାଇରଙ୍ଗପୁର ପୌରାଞ୍ଚଳ ଜଗନ୍ନାଥ ମୟ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ଉଠିଥିଲା ।ଜୟ ଜଗନ୍ନାଥ ନାରାରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା । ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଶେକ ପଟ୍ଟନାୟକଙ୍କ ସଂଯୋଜନାରେ ରାଇରଙ୍ଗପୁର ଭାରାପ୍ରାପ୍ତ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାଜ୍ୟ ବିଜୁ ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ,ପୌର ଉପାଧ୍ୟକ୍ଷଙ୍କ ମମିତା ଚୌଧୁରୀ, କାଉନସିଲର ପୂର୍ଣ୍ଣିମା ମହାନ୍ତ,, କାଉନସିଲର ଧୀରା ଵେଶ୍ରା, କାଉନସିଲର ସାଇରୁନ ନିଶା, କାଉନସିଲର ଆରତୀ ମାରାଣ୍ଡି, କାଉନସିଲର ଚନ୍ଦ୍ରକାନ୍ତା ସେଠୀ ସମେତ ମିଶନ ଶକ୍ତି ସଦସ୍ୟା, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ଯା , ସ୍ବଛ ସାଥୀ , ଜଗନ୍ନାଥ ପ୍ରେମୀ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ପରିଚାଳନାରେ ପଓରକର୍ମଚଆରଈ ନୀଳକଣ୍ଠ ବିଶ୍ବାଳ,ସୁରେଶ ସ୍ବାଇଁ, ଶୁଭଦ୍ରା ଶୁଭଦର୍ଶୀନୀ,ମୋତିଲାଲ ମହାନ୍ତ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଵିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳ ଏବଂ ଉପାଧ୍ଯକ୍ଷା ମମୀତା ଚୌଧୁରୀ ସହରବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

କୃଷକ ମେଳା ଅନୁଷ୍ଠିତ   

masiha

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

Leave a Comment

error: Content is protected !!