ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

ଜୁନାଗଡ଼,୨୪/୧୨ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣିଜରା ଛକ ଠାରେ ଆଜି ଅପରାହ୍ନରେ ଏକ ଆପାଚି ଓ ଗ୍ଲାମର ବାଇକ ମଧ୍ୟରେ ଧକ୍କା ହୋଇଥିଲା l ଏହା ପରେ ୨ ବାଇକ ଚାଲକ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନା କୁ ପଠେଇଥିଲେ l ୨ ଗୁରୁତର ଯୁବକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଚାରଭାଟି ଗ୍ରାମ ର ଉମାକାନ୍ତ ନାଏକ (୨୯)ଏବଂ କର୍ଲlକୋଟ ଗ୍ରାମ ର ତାପସ ଶବର (୨୫) ବୋଲି ଜଣାପଡିଛି l ହେଲେ ଜୁନାଗଡ଼ ଡାକ୍ତରଖାନା ରେ ଉମାକାନ୍ତ ନାଏକ କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ତାପସ ଶବର କୁ ପ୍ରାଥମିକ ଚିକିତ୍ସା କରିବା ସହ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ରେଫର କରାଯାଇଥିଲା l ଆଜି ସନ୍ଧ୍ୟା ରେ ଜୁନାଗଡ଼ ଡାକ୍ତରଖାନା ରେ ମୃତ ଉମାକାନ୍ତ ନାଏକ ର ଶବ ବ୍ୟବଛେଦ କଲାପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ଏସ. ଆଇ ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗ୍ରସ୍ତ 

masiha

କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ୱର ଉଡ଼ିବ ବିମାନ, ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ଦେଲା ଡିଜିସିଏ

Sunil Chandra Nayak

Leave a Comment

error: Content is protected !!