ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ

ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ

ବସ୍ତା ,୨୪।୧୨: ବସ୍ତା ବ୍ଲକ୍ କୁଳିଦା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିଖାଳସ୍ଥିତ ବନବିହାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରି ପୁରାତନ ଛାତ୍ରଛାତ୍ରୀଙ୍କ ଆପ୍ରାଣ ଚେଷ୍ଟା ଫଳରେ ବିଦ୍ୟାଳୟ ପରିସର ଆଜି ଶାଶ୍ବତ,ସୁନ୍ଦର ଓ ମାଧୁର୍ଯମୟ ହୋଇଯାଇଥିବା କହିଥିଲେ।ଏହି ଅବସରରେ ସ୍କୁଲର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ମନୋବଳ ବଢାଇବା ସହିତ ଶିକ୍ଷା,ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସଦା ସଂଶ୍ଳିଷ୍ଟ ରହିବା ପାଇଁ ଉପଦେଶ ପ୍ରଦାନ କରିଥିଲେ।ଆଗାମୀ ଦିନରେ ଏହାଠାରୁ ବଡ଼ ଭବ୍ୟ ମିଳନୋତ୍ସବର ଆୟୋଜନ କରିବା ପାଇଁ ସମସ୍ତଙ୍କୁ ଆଗେଇ ଆସିବା ଏବଂ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଯତ୍ନ,ମାର୍ଗଦର୍ଶନ ଏବଂ ହୃଦୟଭରା ସହଯୋଗ ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ସୁଶୀଳ ସେନାପତି,ଉପ ସଭାପତି ଅଜିତ କୁମାର ଦତ୍ତ,ସଂପାଦକ ଅଜୟ କୁମାର ଜେନା,ସହ ସଂପାଦକ ସତ୍ୟଜିତ ଦେ ଧନ୍ୟବାଦ ଦେଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାକରା ଙ୍କୁ ଭତ୍ତା କେବେ?

Sunil Chandra Nayak

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

Leave a Comment

error: Content is protected !!