ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟନୀ ଛଟନୀକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

କଟନୀ ଛଟନୀକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

କୋକସରା,୧୬/୧୨ // କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମଣ୍ଡିରେ କ୍ୱିଣ୍ଟାଲ ପିଛା ୫ କେଜିରୁ ଉର୍ଦ୍ଧ୍ଵ କଟନୀ ଛଟନୀ ହେଉଥିବା ନେଇ ଚାଷି ଅଭିଯୋଗ କରିଥିଲେ ।କଳାହାଣ୍ଡି ଗସ୍ତରେ ଆସିଥିବା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁଙ୍କ ସହ ଏକ ପ୍ରତିନିଧି ଦଳ କୋକସରା ବ୍ଲକର ଡ଼ହଗାଁ ପଞ୍ଚାୟତକୁ ଏକ ଦଲୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଆସିଥିବା ବେଳେ ଖୋଲା ଆକାଶ ତଳେ ଚାଲିଥିବା ଡ଼ହଗାଁ ଧାନ ମଣ୍ଡି ପରିଦର୍ଶନ କରି ଧାନ ବିକ୍ରି କରିବାକୁ ଆସିଥିବା ସ୍ଥାନୀୟ ଚାଷୀଙ୍କ ସହ ମଣ୍ଡି ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଚାଷୀମାନେ ମଣ୍ଡିରେ କ୍ୱିଣ୍ଟାଲ ପ୍ରତି ୫ କେଜି କଟନୀ ବାଧ୍ୟତାମୂଳକ କରାଯାଉଛି ଓ ଯେଉଁ ଚାଷି ବିରୋଧ କଲେ ସେହି ଚାଷିଙ୍କ ଧାନ ପଡି ରହୁଛି, ମଣ୍ଡିରେ ସେଡ଼ ବ୍ୟବସ୍ଥା କିମ୍ବା ଧାନକୁ ସୁରକ୍ଷିତ ରଖିବା ପାଇଁ ପିଣ୍ଡି ନାହିଁ, ଚାଷିଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ ବୋଳି ଅଭିଯୋଗ ଆଣିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଦାୟୀ କରିବା ସହ ମଣ୍ଡିରେ ସେଡ଼ ବ୍ୟବସ୍ଥା ଚାଷିଙ୍କ ସମସ୍ୟାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମୋଜ ପଣ୍ଡା, ନାରିନେତ୍ରୀ କୁନ୍ତି ପାଳ, ବରିଷ୍ଠ ନେତା ଭଗବାନ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସୁଜିତ ସିଂ ରାଜପୁତ ପ୍ରମୁଖ ଉପସ୍ଥିତ ରହି ଚାଷିଙ୍କ ସହ ଆଲୋଚନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ

Sunil Chandra Nayak

କର୍ଲାମୁଣ୍ଡା: ରାଜକୋଟରେ ଦାଦନ ଶ୍ରମିକ ମୃତ 

masiha

ଅବସର ଭବନ ଅନୁଷ୍ଠାନର ୩୩ତମ ସାଧାରଣ ସଭା 

masiha

Leave a Comment

error: Content is protected !!