ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା 

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା 

ବନ୍ଧୁଗାଁ ତା ୬/୬/୨୫ ବନ୍ଧୁଗାଁ ବ୍ଲକ ସଭା ଗୃହରେ ସୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ଆୟୋଜନ ହୋଇଯାଇଛି। ଆଜିର ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ଶବର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ସିଡ଼ିପିଓ ଗୀତାଞ୍ଜଳୀ ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଓ ଓଡ଼ିଶା ଜୀବିକା ମିଶନର ବି ଏଲ ସି ଚୈତନ୍ୟ ସଗରିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବ୍ଲକର ୧୩ ଟି ପଞ୍ଚାୟତରୁ ୩୨ ଟି ଏସଏଚଜି ର ୯୬ ଜଣ ମାଆ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ରେ ଭାଗ ନେଇ ଥିଲେ। ପ୍ରତିଯୋଗୀତାରେ ୩୨ ଏସଏଚଜି ଭାଗ ନେଇ ପାରମ୍ପାରିକ ଖାଦ୍ୟ ମଣ୍ଡିଆରେ ପ୍ରସ୍ତୁତ ଚକୁଳି ପିଠା, ପକୁଡ଼ି, ଇଡିଲି ,ଲଡୁ, ଦହିବରା, ବରା ପ୍ରସ୍ତୁତ କରିବା ସହ କିଛି ଏସଏଚଜି ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ କାକରା ପିଠା, ଦୋସା, ପୁରୀ, ଆଲୁଦମ୍, ଏଣ୍ଡୁରି ପିଠା, ଆରିଶା ପିଠା , ପକୁଡ଼ି ସହ ଅନେକ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଥିଲେ। ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତାରେ ସରକାରଙ୍କ ତରଫରୁ ଥିବା ନିୟମ ଅନୁସାରେ ଖାଦ୍ୟ ପ୍ରସ୍ତୁତି ପରେ ଖାଦ୍ୟର ସ୍ଵାଦ, ଖାଦ୍ୟ ପରସା, ପୋଷାକ ପରିଧାନ, ପରିଚ୍ଛନ୍ନତା ପୁଣି ଖାଦ୍ୟର ପ୍ରସ୍ତୁତି ର ପ୍ରଣାଳୀ କୁ ବିଚାରକ ମଣ୍ଡଳୀ ମୂଲ୍ୟାୟନ କରି କୁମ୍ଭାରିପୁଟ ପଞ୍ଚାୟତର ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରଥମ ଓ ବଡ଼ସରପଲ୍ଲୀ ପଞ୍ଚାୟତ ର ଜୟମା ମଙ୍ଗଳା ଏସଏଚଜି କୁ ଦ୍ୱିତୀୟ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ।ପ୍ରତିଯୋଗୀତାରେ ପ୍ରଥମ ଏସଏଚଜି କୁ ୫ ହଜାର ଓ ଦୂତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ରାଶି ଜିଲ୍ଲାସ୍ତରରେ ପ୍ରଦାନ କରାଯିବ। ଏହା ସହ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ରେ ଭାଗ ନେଇ ଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବିପିସି ବି କେ ପ୍ରଦୀପ କୁମାର ପରିଚାଳନା କରିଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପ୍ରଶାସନ ଦ୍ୱାରା ରାଜପୁର ସ୍କୁଲର ସରକାରୀ ଜାଗା ଉଚ୍ଛେଦ

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!