ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହିଲି ରଜରେ ଜମୁଛି ଖୁସିର ଆସର, ଦୋଳି ଖେଳ ପୋଡ଼ପିଠାର ମଜା ଆଉ ତା ସାଙ୍ଗକୁ ରଜ ପାନର ମଜା ନେଉଛନ୍ତି ଲୋକ

ପହିଲି ରଜରେ ଜମୁଛି ଖୁସିର ଆସର, ଦୋଳି ଖେଳ ପୋଡ଼ପିଠାର ମଜା ଆଉ ତା ସାଙ୍ଗକୁ ରଜ ପାନର ମଜା ନେଉଛନ୍ତି ଲୋକ

କାମାକ୍ଷାନଗର – ରଜ ପର୍ବ ହେଉଛି ଆମ ଓଡ଼ିଆ ମାନଙ୍କର ଏକ ବଡ଼ପର୍ବ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଭିନ୍ନ ଅଂଚଳରେ ରଜ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ବାଙ୍ଗୁରା ଗ୍ରାମ ଓ ଆଳତୁମା ଗ୍ରାମ ସ୍ଥିତ ନଦୀ ପଠାରେ ଭଳିକି ଭଳି ରଜ ଦୋଳି, ଚିତ୍ର ବିଚିତ୍ରର ସୁନେଲି ରୂପେଲି ରଙ୍ଗର ମୂର୍ତ୍ତି, ଗଛ ଦେହରେ ସୁନ୍ଦର ରଙ୍ଗ କାର୍ଯ୍ୟ, ବିଭିନ୍ନ ପ୍ରକାରର ଷ୍ଟଲ, ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଛି। ସହ ସହ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।

ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ତିନି ଦିନ ଧରି ପାଳନ ହୁଏ ରଜ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ରଜ ପାନର ମଜା ନେଉଛନ୍ତି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ଼ ଆକର୍ଷଣ । ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠା, ମିଠା ଖାଇ ରଜ ଦୋଳି ଖେଳି ଉତ୍ସବକୁ ପାଳନ କରିଥାନ୍ତି । ଆମ୍ବତୋଟାରେ ଝିଅ,ବୋହୂଙ୍କ ଭିଡ଼ ଦେଖିବାକୁ ମିଳିଛି। ଗାଁରେ ରଜ ଉତ୍ସବ ସମସ୍ତଙ୍କ ମନ ମୋହିଛି। ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଛି।

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ରଜ ଭାଇଚାରାକୁ ଦୃଢ଼ୀଭୂତ କରିବା ସହ ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ଦେଇଥାଏ। ଯାହା ଆମ ଓଡ଼ିଆ ଜାତି ଓ ଭାଷା ଭାଷୀଙ୍କ ପାଇଁ ନିଆରା ନିଦର୍ଶନ।

ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

masiha

ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ଜିଲ୍ଲା ଆପ୍ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Leave a Comment

error: Content is protected !!