ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

ପାପଡାହାଣ୍ଡି,3/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ଚରାମୂଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କ ନାମ ମଦନ କୋଲାର ଓ ପବିତ୍ର ମାଝୀ | ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ଉଭୟ ଏକ ବାଇକରେ ମଇଦଲପୁର ଆସି ଫେରିବା ସମୟରେ ଚରାମୂଳା ନିକଟରେ ରାସ୍ତା ଉପରେ ହଟାତ ବଳଦ ଚାଲି ଆସିବାରୁ ବାଇକଟି ବଳଦ ସହ ଧକ୍କା ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ | ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ଉଭୟଙ୍କ ହାତ ଭାଙ୍ଗିଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ 

Sunil Chandra Nayak

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

masiha

Leave a Comment

error: Content is protected !!