ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

ପାପଡାହାଣ୍ଡି,3/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ଚରାମୂଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କ ନାମ ମଦନ କୋଲାର ଓ ପବିତ୍ର ମାଝୀ | ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ଉଭୟ ଏକ ବାଇକରେ ମଇଦଲପୁର ଆସି ଫେରିବା ସମୟରେ ଚରାମୂଳା ନିକଟରେ ରାସ୍ତା ଉପରେ ହଟାତ ବଳଦ ଚାଲି ଆସିବାରୁ ବାଇକଟି ବଳଦ ସହ ଧକ୍କା ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ | ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ଉଭୟଙ୍କ ହାତ ଭାଙ୍ଗିଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପୌରପାଳିକା; ବାଇଦାପୋଷୀ ଗ୍ରାମ ଡୁଙ୍ଗୁରିସାହି ରାସ୍ତା ମରଣଯନ୍ତା

Sunil Chandra Nayak

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହିଁ ମହାପ୍ରୟାଣ ଯାନ – ଘରୋଇ ଯାନକୁ ମୋଟା ଅଙ୍କ ଦେଇ ନେଉଥିବା ଅଭିଯୋଗ

masiha

Leave a Comment

error: Content is protected !!