ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼ରେ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼,୨୬/୧୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନୂଆ ବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବହୁଜନ ସଂଗ୍ରାମ ସମିତି ଜୁନାଗଡ଼ ପକ୍ଷରୁ ହୋଇଥିବା ଏହି ସମ୍ବିଧାନ ଦିବସରେ ବାବା ସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ଖଗେଶ୍ବର ଧଙ୍ଗଡାମାଝୀ, ହିମାଂଶୁ ବରାଡ, ବିଶ୍ୱନାଥ କର, ବିଜୟ ଯାଦବ, ଉଗ୍ରସେନ କନ୍ଦପାନ, ରବିଶୁନାନୀ, ଅକ୍ଷୟ କୁମାର ମେହେର, ସୁଶାନ୍ତ ନାଏକ, ସିବ ମହାନନ୍ଦ ପ୍ରଖୁଖ ଉପସ୍ଥିତ ହୋଇ ସମ୍ବିଧାନର ବ୍ୟାପକତାକୁ ବୃଦ୍ଧି କରିବାରେ ଆଲୋକପାତ କରିଥିଲେ। କେମିତି ବାବା ସାହେବଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରାଯିବ ସେ ଉପରେ ଆଲୋଚନା ହୋଇଥିଲା।ସମ୍ବିଧାନର ସୁରକ୍ଷା ଓ ଏହାର ସଠିକ ଉପଯୋଗ ଦ୍ୱାରା ଭାରତର ବାସ୍ତବ ବିକାଶ ସମ୍ଭବ ହୋଇପାରିବ ବୋଲି ବକ୍ତା ମନେ ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି ଓଧନ୍ୟବାଦ ଦେଇଥିଲେ ଉଗ୍ରେସନ କନ୍ଦପାନ।ଅନ୍ୟମାନଙ୍କ ମଧ୍ୟରେ ପୂର୍ନେନ୍ଦୁ ମାଝୀ, ଧରଣୀ ଭୋଇ, ଅଞ୍ଜନ କ୍ଷିତି, ରିଷୀ କ୍ଷିତି, ଆଦିତ୍ୟ ମହାନ୍ତି,ଗଣେଶ ବାଗ, ବ୍ୟୋମକେଶ ପୁରୋହିତ, ବିମଲ ସତପଥୀ,ଭୋକରଧନ ଧଙ୍ଗଡା ମାଝୀ, ଦୁର୍ୟୋଧନ ମାଝୀ, ରତନ ଧ ଙ୍ଗଡାମାଝୀ,ତ୍ରିଲୋକ୍ୟ ପାଣିଗ୍ରାହୀ,ଗୌରାଙ୍ଗ ବାଗ, ପ୍ରମୁଖ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

Sunil Chandra Nayak

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

Leave a Comment

error: Content is protected !!