ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଷ୍ଟିସ ମହାନ୍ତି ଙ୍କ ରାଉରକେଲା ଗସ୍ତ ଶେଷ

ରାଉରକେଲା / ଭାରତ ବିକାଶ ପରିଷଦ ର କେନ୍ଦ୍ରୀୟ କମିଟି ତରଫରୁ ଜଷ୍ଟିସ ମନୋରଂଜନ ମହାନ୍ତି ରାଉରକେଲା ଶାଖାର କାର୍ଯ୍ୟକାରିତା ଅନୁଧ୍ୟାନ କରିବାକୁ ଆସି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଗତ ୫ ତାରିଖ ଦିନ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ର ବାଳବିକାଶ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତା ର ତିନୋଟି ସୁତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ରବି ଦାସ,ଭାରତ ବିକାଶ ପରିଷଦ ର ରାଜ୍ୟ ସଂପର୍କ ସଂପାଦକ ଅନୁପମ ଗୁପ୍ତା , ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ଏବଂ ଚେମ୍ବର ଅଫ କମର୍ସ ର ଉପ ସଭାପତି ବିଷ୍ଣୁଦୟାଲ ଅଗ୍ରୱାଲ, ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ। ସଂନ୍ଧ୍ୟାରେ ଜଗଦା ସ୍ଥିତ ମାଳତୀ ଚୌଧୁରୀ ସଦନ କୁ ଯାଇ ମାଳତୀ ଦେବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଆର୍ପଣ କରିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।

ପରେ ଭାରତ ବିକାଶ ପରିଷଦ ର ସଭ୍ୟ ସମାବେଶ ରେ ଉଦ୍ ବୋଧନ ଦେଇଥିଲେ। ଛଅ ତାରିଖ ରେ ତାଙ୍କର ଦିବସ ବ୍ୟାପି କାର୍ଯ୍ୟକ୍ରମ ରେ ଜଗଦା ସ୍ଥିତ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ପରିଦର୍ଶନ ରେ ଯାଇ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ଓ ଚାଚା ନେହେରୁ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରବି ଦାସ ଓ ଅନୁପମ ଗୁପ୍ତା ଯୋଗ ଦେଇଥିଲେ ।ପରେ ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ସମାବେଶକୁ ଉଦବୋଧନ ଦେଇ ନ୍ୟାୟ ପାଇବାର ଅଧିକାର ସମସ୍ତଙ୍କର ରହିଛି ବୋଲି ମତବ୍ଯକ୍ତ କରିଥିଲ । ଛାତ୍ର ଛାତ୍ରୀ ମାନେ ଗାନ୍ଧୀବାଦକୁ ଆଦର୍ଶ କରି ନିଜକୁ ସୁନାଗରିକ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ ।

ସଂଧ୍ୟ୍ୟା ରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ଗାନ୍ଧୀ ଉଦ୍ୟାନ ଊଦ୍ଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ଏକ ତଥ୍ୟ ଭିତ୍ତିକ ବକ୍ତବ୍ଯ ରଖି ଥିଲେ। ଏହି ଅବସରରେ ସେ ଘୋଷଣା କରିଥିଲେ ଯେ ଏଇ ଉଦ୍ୟାନ ର ରକ୍ଷଣା ବେକ୍ଷଣ ଦାୟିତ୍ୱ ଭାରତ ବିକାଶ ପରିଷଦ ଓ ଗାନ୍ଧୀ ଶାନ୍ତି ଫାଉଣ୍ଡେସନ ତତ୍ୱାବଧାନରେ ପରିଚାଳିତ ହେବ ବୋଲି ଘୋଷଣା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

ଠାକୁରାଣୀ ଯାତ୍ରା ଆୟବ୍ୟୟ ବୈଠକ 

Sunil Chandra Nayak

ତହସିଲଦାରଙ୍କୁ ଭେଟି ମରୁଡି ଘୋଷଣା ଦାବି କଲେ ଘଣ୍ଟିଗୁଡା ଗ୍ରାମବାସୀ

masiha

Leave a Comment

error: Content is protected !!