ରାଉରକେଲା / ଭାରତ ବିକାଶ ପରିଷଦ ର କେନ୍ଦ୍ରୀୟ କମିଟି ତରଫରୁ ଜଷ୍ଟିସ ମନୋରଂଜନ ମହାନ୍ତି ରାଉରକେଲା ଶାଖାର କାର୍ଯ୍ୟକାରିତା ଅନୁଧ୍ୟାନ କରିବାକୁ ଆସି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଗତ ୫ ତାରିଖ ଦିନ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ର ବାଳବିକାଶ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତା ର ତିନୋଟି ସୁତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ରବି ଦାସ,ଭାରତ ବିକାଶ ପରିଷଦ ର ରାଜ୍ୟ ସଂପର୍କ ସଂପାଦକ ଅନୁପମ ଗୁପ୍ତା , ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ଏବଂ ଚେମ୍ବର ଅଫ କମର୍ସ ର ଉପ ସଭାପତି ବିଷ୍ଣୁଦୟାଲ ଅଗ୍ରୱାଲ, ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ। ସଂନ୍ଧ୍ୟାରେ ଜଗଦା ସ୍ଥିତ ମାଳତୀ ଚୌଧୁରୀ ସଦନ କୁ ଯାଇ ମାଳତୀ ଦେବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଆର୍ପଣ କରିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।
ପରେ ଭାରତ ବିକାଶ ପରିଷଦ ର ସଭ୍ୟ ସମାବେଶ ରେ ଉଦ୍ ବୋଧନ ଦେଇଥିଲେ। ଛଅ ତାରିଖ ରେ ତାଙ୍କର ଦିବସ ବ୍ୟାପି କାର୍ଯ୍ୟକ୍ରମ ରେ ଜଗଦା ସ୍ଥିତ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ପରିଦର୍ଶନ ରେ ଯାଇ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ଓ ଚାଚା ନେହେରୁ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରବି ଦାସ ଓ ଅନୁପମ ଗୁପ୍ତା ଯୋଗ ଦେଇଥିଲେ ।ପରେ ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ସମାବେଶକୁ ଉଦବୋଧନ ଦେଇ ନ୍ୟାୟ ପାଇବାର ଅଧିକାର ସମସ୍ତଙ୍କର ରହିଛି ବୋଲି ମତବ୍ଯକ୍ତ କରିଥିଲ । ଛାତ୍ର ଛାତ୍ରୀ ମାନେ ଗାନ୍ଧୀବାଦକୁ ଆଦର୍ଶ କରି ନିଜକୁ ସୁନାଗରିକ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ ।
ସଂଧ୍ୟ୍ୟା ରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ଗାନ୍ଧୀ ଉଦ୍ୟାନ ଊଦ୍ଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ଏକ ତଥ୍ୟ ଭିତ୍ତିକ ବକ୍ତବ୍ଯ ରଖି ଥିଲେ। ଏହି ଅବସରରେ ସେ ଘୋଷଣା କରିଥିଲେ ଯେ ଏଇ ଉଦ୍ୟାନ ର ରକ୍ଷଣା ବେକ୍ଷଣ ଦାୟିତ୍ୱ ଭାରତ ବିକାଶ ପରିଷଦ ଓ ଗାନ୍ଧୀ ଶାନ୍ତି ଫାଉଣ୍ଡେସନ ତତ୍ୱାବଧାନରେ ପରିଚାଳିତ ହେବ ବୋଲି ଘୋଷଣା କରିଥିଲେ ।