ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

‘ପ୍ରୀତି ସମ୍ୱୋଧିନୀ’ ପୁସ୍ତକ ଉନ୍ମୋଚିତ

 ବ୍ରହ୍ମପୁର,27/1 : ସ୍ଥାନୀୟ ‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ୱରରେ ପାଳିତ ହୋଇଯାଇଛି। ବିଶିଷ୍ଟ ସାହିତି୍ୟକ କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ଵରେ ଦେଶାତ୍ମକବୋଧ କବିତା ପାଠୋତ୍ସବ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରାଚୀନ କବି ବଂଶୀଧର ସେଠୀଙ୍କ ଦ୍ଵାରା ଲିଖିତ ‘ପ୍ରୀତି ସମ୍ୱୋଧିନୀ’ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। କବି ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଦେଶାତ୍ମକବୋଧ କବିତା ପାଠୋତ୍ସବରେ ସୁଧୀର କୁମାର ପଣ୍ଡା, ସାମ୍ୱାଦିକ ପବିତ୍ର କୁମାର ଚୌଧୁରୀ ଓ କେ. ସନ୍ତୋଷ କୁମାର ପାତ୍ର, ତାରିଣୀ ଚରଣ ପାଇକ, ସୁନୀଲ କୁମାର ପ୍ରଧାନ, ଡ଼. ଡ଼ମ୍ୱରୁଧର ସାହୁ, କରମ୍ଭା କମାଣ୍ଡୋ ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର, ପ୍ରାଚୀନ ସାହିତ୍ୟ ସଂସଦuର ସମ୍ପାଦକ ବଂଶୀଧର ସେଠୀ, ସୀମାଞ୍ଚଳ ସାହୁ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ୱାଦିକ ରଂଜନ କୁମାର ସାହୁ, ମାନସ ରଂଜନ ତ୍ରିପାଠୀ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଦେଇଥିଲେ।

( ମ ନି ସ ) 

Related posts

ଜୁନାଗଡ ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଲୟ ଦାବୀ ନେଇ ସଚେତନ ନାଗରିକ କମିଟି ପକ୍ଷ୍ୟରୁ ସ୍ଵସ୍ଥ୍ଯ ମନ୍ତ୍ରୀ ଙ୍କୁ ଦାବିପତ୍ର 

masiha

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

masiha

ଜ଼ିଲ୍ଲା ସ୍ତରୀୟ ମିର୍ଦ୍ଧା ସମାଜ ର ବୈଠକ

Sunil Chandra Nayak

Leave a Comment

error: Content is protected !!