ଇସ୍ପାତ ନଗରୀ ରାଉରକେଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ……
ରାଉରକେଲା:୧୯୫୦ ଜାନୁଆରୀ ୨୬ରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷିତ ପାଇଁ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ସମ୍ବିଧାନ ଜରିଆରେ ଭାରତବର୍ଷର ଏକତା ଅଖଣ୍ଡତା ରକ୍ଷା କରାଯାଇଛି। ଆମ ସମ୍ବିଧାନ ସମସ୍ତ ନାଗରିକଙ୍କୁ ରାଜନୈତିକ ଓ ମତପ୍ରକାଶ ର ସ୍ବାଧିନତା ପ୍ରଦାନ କରିଛି। ଏହାଯୋଗୁଁ ସାମାଜିକ ନ୍ୟାୟର ପ୍ରତିଷ୍ଠା ସମ୍ଭବ ହୋଇଛି। ସେହିପରି ଗଣତନ୍ତ୍ର ଦିବସ ଦେଶର ସଂକଳ୍ପକୁ ମଜଭୁତ କରେ ବୋଲି ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅତିଥି ମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଜର୍ଣ୍ଣାଲିଷ୍ଟ ଆସୋସିଏସନ୍
ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ ଙ୍କ ଆବାହକତ୍ଵ ତଥା ଉପସଭାପତି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗାନ୍ଦୁର ଓରାମ, ସସ୍ମିତା ପ୍ରଧାନ, ଅନିଲ ମହାନ୍ତି, ମନୋରଞ୍ଜନ ମିଶ୍ର, ଅମୀୟ ପରିଡା, ବିଜୟ ଜେନା, ସନ୍ତୋଷ ସ୍ବାଇଁ, ସରୋଜ ବେହେରା, ଶୈଳେନ୍ଦ୍ର ସାହୁ, ଦିଲ୍ଲିପ ଶର୍ମା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ମିଡ଼ିଆ କ୍ଲବ୍
ମିଡ଼ିଆ କ୍ଲବ୍ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ଆବାହକତ୍ଵ ଓ ସତ୍ୟାନନ୍ଦ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁନିଲ କାୟଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁମାର ବେହେରା, କାର୍ତ୍ତିକ ରାଉତ, ଡ଼ଃ ସୁମନ ଦତ୍ତ, ରିଙ୍କୁ ସାମଲ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶରତ ଚନ୍ଦ୍ର ପଣ୍ଡା ଏକ ସୁନ୍ଦର କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିରଞ୍ଚିନାରାୟଣ ପଟ୍ଟନାୟକ, ଜଟାଧାରୀ ମାଝୀ, ଅନିଲ ମହାନ୍ତି, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଅମ୍ରିତା ନିଲମ, ରଞ୍ଜିତ ସାମଲ, ଅକ୍ଷୟ ଧଳ, ଶୈଳେନ୍ଦ୍ର ସାହୁ,ଗାନ୍ଦୁର ଓରାମ, ବିପ୍ଳବ ଦାଶ, ଅରୁଣ ଦାଶ, ଗୈାରୀ ନାଗ,ସୁବାସ ଗୁପ୍ତା,ରାନୁ ମହାପାତ୍ର, ସୁବାସ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ହକର ଆସୋସିଏସନ୍
ସେକ୍ଟର ୨ସ୍ଥିତ ହକର ଆସୋସିଏସନ୍ ର ସମ୍ପାଦକ ବିମାନ ମାଇତିଙ୍କ ଆବାହକତ୍ଵ ରେ ସିଟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଆର୍ତ୍ତତ୍ରାଣ ମହାପାତ୍ର, ବସନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶରତଚନ୍ଦ୍ର ପଣ୍ଡା, ମନୋଜ ପଟ୍ଟନାୟକ, ସଂଗ୍ରାମ କିଶୋର ଭୂୟାଁ, ଅଶୋକ ବିଶ୍ବାଳ,ନବୀନ ମାଝୀ ଙ୍କ ସମେତ ବହୁ ହକର ଭାଇମାନେ ଉପସ୍ଥିତ ଥିଲେ।
ଫିଟନେସ ପାଥ୍
ସେକ୍ଟର ୧୯ ସ୍ଥିତ ଫିଟନେସ ପାଥ୍ ଠାରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆରଏସପିର ସିଜିଏମ ଏନ୍ ରାଜେନ୍ଦ୍ରନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ, ସନ୍ତୋଷ ମହାପାତ୍ର, ଡ଼ଃ ସୁମନ ଦତ୍ତ, ଅଜୟ ପୁଝାରୀ, କାଶୀନାଥ ନନ୍ଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଯୋଶୀ,ଉତ୍ତମ ସାମଲ, ଅକ୍ଷୟ ରାଉତ, ବିକାଶ ରାଉତରାୟ,ଏସ କେ ମହାପାତ୍ର, ବିଷ୍ଣୁ ଚରଣ ବେହେରାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ହମିରପୁର ଉନ୍ନୟନ ପରିଷଦ
ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ସୋମ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବି ପି ଆଚାର୍ଯ୍ୟ, ନିରଞ୍ଜନ ନାୟକ, ମହେଶ୍ବର ସାହୁ, ଏସ୍ ରାଜୁ, ସୁକାନ୍ତୀ ତ୍ରିପାଠୀ, ନଗେନ୍ଦ୍ର ପ୍ରସାଦ, ବିଷ୍ଣୁ ଚରଣ ନାୟକ, ସନ୍ତୋଷ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ
ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଭଗବତୀ ଜେନାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ତଥା ସମାଜସେବୀ ଡ଼ଃ ସୁମନ ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କୋଏଲ ବିଦ୍ୟାପୀଠ ର ଛାତ୍ର ଛାତ୍ରୀ ମାନେ ପ୍ରଭାତଫେରୀ କରି ପ୍ରତିଷ୍ଠାନ ନିକଟକୁ ଆସି ଗଣତନ୍ତ୍ର ଉତ୍ସବରେ ଯୋଗଦେଇଥିଲେ। ବିଦ୍ୟାପୀଠ ର ବରିଷ୍ଠ ଶିକ୍ଷକ ଅରୁଣ କୁମାର ସ୍ବାଇଁ,ଶରତ ସାହୁ, ଅଦ୍ଵୈତ ନାୟକ,ଡମାନ ସୋରେନ, ନବଘନ ସାହୁ,ସାଇବା ମାରାଣ୍ଡି, ସସ୍ମିତା ପ୍ରଧାନ, ଅମନ ମଲ୍ଲିକ, ଅଞ୍ଜଳି ମଲ୍ଲିକ, ସୁଧାକର ମଲ୍ଲିକ, ଉତ୍କଳ କେଶରୀ ସ୍ବାଇଁ,ଅଜୟ କୁମାର ସାହୁ, ସୋମନାଥ ମୁଦାଲି, ଅଭିଜିତ ନମତା, ନିର୍ମଳ ଚନ୍ଦ୍ର ଧଳ, ଆନପା ହେମ୍ବ୍ରମ,ପ୍ରତିମା ପରମାଣିକ, ଅନୁପମ ଗୁପ୍ତା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର
ସେକ୍ଟର ୨୦ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ଉପେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅମ୍ରିତ ନୀଲମ ଓ ଅନ୍ୟମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଶିକ୍ଷକ କାହ୍ନୁଚରଣ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ଜୟସିଂହ, ଝରଣା ଦାସ,ରୁପାଲୀ ସିଂ, ରଶ୍ମି ବେହେରା, ପ୍ରଭାସିନୀ ସ୍ବାଇଁ,ବିନିତା ଅଗ୍ରୱାଲ, ଦିପ୍ତୀମୟୀ ପରିଡା, ରୀନା ସ୍ବାଇଁ,ଜସମିନ ନାୟକ, ମାଧୁରୀ ରାଉତ,ଲବ ବେହେରା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ସହଜଯୋଗ ଅନୁଷ୍ଠାନ
ସେକ୍ଟର ୨୦ସ୍ଥିତ ସ୍ଥିତ ସହଜଯୋଗ ଅନୁଷ୍ଠାନ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଡମାନ ସୋରେନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ଗଣତନ୍ତ୍ର ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନବଘନ ସାହୁ ଙ୍କ ସଂଯୋଜନାରେ ସାଇବା ମାରାଣ୍ଡି, ଉତ୍କଳ କେଶରୀ ସ୍ବାଇଁ, ଅଜୟ କୁମାର ସାହୁ, ସୋମନାଥ ମୁଦାଲି, ଅଭିଜିତ ନମତା, ନିର୍ମଳ ଚନ୍ଦ୍ର ଧଳ, ଆନପା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।
ସଚେତନ ନାଗରିକ ମଞ୍ଚ
ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ଜଗବନ୍ଧୁ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗଣତନ୍ତ୍ର ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ,ଶମ୍ବୁନାଥ ପରିଡ଼ା, ବିଷ୍ଣୁ ଚରଣ ସାମଲ, ଅକ୍ଷୟ ଜେନା, ଅକ୍ଷୟ ଦାସ, ସୁମନ୍ତ ବର୍ମା, ଜଟାଧାରୀ ମାଝୀ, ସୁବ୍ରତ ମଲ୍ଲିକ,ଫକୀରମୋହନ ପାଣି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ,ଡା ବସନ୍ତ କୁମାର ଦାସ, ସନ୍ତୋଷ ସାମଲ,ଭାଗ୍ୟଧର ଭୂୟାଁ, ଚକ୍ରାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ
କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଇଂ ଅଭୟ କୁମାର ଦାସ ସଂଘ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଶ୍ରୀ ଦାସଙ୍କ ସଭାପତିତ୍ବ ଆୟୋଜିତ ସାଧାରଣ ସଭାରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନ ପ୍ରତିଷ୍ଠାର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଇତିବୃତି ସମ୍ପର୍କରେ ଆଲୋଚନା କରିଥିଲେ। ସମଗ୍ର ବିଶ୍ଵରେ ଭାରତର ବିଭିନ୍ନ କ୍ଷେତ୍ରରେ ଥିବା ସ୍ଥାନ ସମ୍ପର୍କରେ ବିଶଦ ଆଲୋଚନା କରି ଏହା ଦ୍ବାରା ଆମେ କେତେ ପରିମାଣରେ ଲାଭାନ୍ବିତ ହୋଇଛୁ,ତାହା ଆତ୍ମସମୀକ୍ଷା ର ବେଳ ବୋଲି ସେ ଆହ୍ବାନ ଦେଇଥିଲେ। ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଚାଟାର୍ଜୀ ଙ୍କ ବ୍ୟତୀତ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଚ୍ଚିଦାନନ୍ଦ ମିଶ୍ର ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଥିଲେ।
ଆଦର୍ଶ ପାଠାଗାର
ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସର୍ବଶ୍ରୀ ରାଧାକାନ୍ତ ମିଶ୍ର, ଡାକ୍ତର ବସନ୍ତ ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଜୟ ପାତ୍ର, ଅଶୋକ କୁମାର ବଳ,ଟୁକୁଲା ପାଢ଼ୀ, ଅଟମ ରଥ,ଲୀନା ବିଶ୍ବାଳ, ସନ୍ତୋଷ ରଥ, ପ୍ରଦୀପ ପଟ୍ଟନାୟକ, ରମେଶଚନ୍ଦ୍ର ସେଠୀ, ପଞ୍ଚାନନ ପାତ୍ର, ସୁଶିଲ କୁମ୍ଭାର, କୁମାର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଇଣ୍ଡିଆନ୍ ଡେଟୋନେଟର୍ସ ମଜଦୂର ସଭା
ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ଆନୁକୂଲ୍ୟରେ ବଳିଯୋଡି ସ୍ଥିତ ଇୟୁନିୟନ କାର୍ଯ୍ୟାଳୟ ପରିସରରେ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଗଠନର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ଜାତିୟ ପତାକା ଉତ୍ତୋଳନ କରିଥଲେ।ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଅନ୍ତର୍ଯ୍ୟମି ବେଉରା, ସିଦ୍ଧେଶ୍ୱର ବଳ, ସଂପାଦକ ପ୍ରଭାତ ନାୟକ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ
ଟ୍ରଷ୍ଟ ଆନୁକୂଲ୍ୟରେ ଗୋପବନ୍ଧୁ ନଗର ସ୍ଥିତ ନିଜ କାର୍ଯ୍ୟଳୟ ପରିସରରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସହ ସଂପାଦିକା ସଚଲା ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟମି ବେଉରିଆ, ଆଦିବାସି ନେତା ବୁଦ୍ଧିଆ ଓରାମ, ଶୁଭଦ୍ରା ସାହୁ, ଝୁନୁ ଲତା ସାହୁ ସୁଜାତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ବେଷଣ
ସ୍ଵେଚ୍ଛାସେବୀ ସଂଗଠନ ଅନ୍ଵେଷଣ ଦ୍ଵାରା ପରିଚାଳିତ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପୁଷ୍ଟପୋଷକ ତଥା ବିଶିଷ୍ଟ ସାହିତ୍ୟିକ ବିଜୟଲକ୍ଷ୍ମୀ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ସଚଳା ପଣ୍ଡା,ଡାକ୍ତର ବିଷ୍ଣୁପ୍ରିୟା ଦେଇ,ଭାରତୀ ବାସ୍କେ, କ୍ରିଷ୍ଣା ସୋରେନ୍ ସମେତ ଶିକ୍ଷା କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

