ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ର ଧାରା ଓଡ଼ିଶା ସାରା ରେ ମହିଳା ସଚେତନତା କାର୍ଯ୍ୟକ୍ରମ

ବିକାଶ ର ଧାରା ଓଡ଼ିଶା ସାରା ରେ ମହିଳା ସଚେତନତା କାର୍ଯ୍ୟକ୍ରମ

ଆସିକା, ୨୦/୬/୨୬ (ଶିବ ଶଙ୍କର ମିଶ୍ର ) ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳ ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଧରାକୋଟ ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମ ଜାରି ରହିଛି। ପଞ୍ଚାୟତ ସ୍ତରରେ ସୁଶାସନ ଦ୍ୱାରା ଗ୍ରାମା ଅଞ୍ଚଳର କିପରି ବିକାଶ ହେବାସହ ପରିବର୍ତ୍ତନ ହେଉଛି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ସାଧାରଣ ଜନତା ଙ୍କୁ ସଚେତନ କରାଯାଉଛି । ଆଜିର କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ଓ ମିଶନ ଶକ୍ତି ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି । ଆଜିର କାର୍ଯ୍ୟକ୍ରମ ରେ ଧରାକୋଟ ବି ଡି ଓ ତୃପ୍ତିମୟୀ ଜେନା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନିଲ ପ୍ରଭା ରଥ, ବି ପି ସି ସୁଶାନ୍ତ କୁମାର ନାୟକ, ଏସ ବି ଆଇ କ୍ଷେତ୍ର ଅଧିକାରୀ ଦେବାଶିଷ ପଣ୍ଡା, ଓ ଜି ବି ପରିଚାଳକ ଅଶେଷ କୁମାର ଦାସ, ଆଇ ଓ ବି ଜାହାଡା ଶାଖା ପରିଚାଳକ ରାଜ ପ୍ରତୀକ ଦାସ, ୟୁନିଅନ ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ଜାନୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଅମେସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ବିଭାଗର ଅଜୟ ସେମିଲି, ବ୍ଲକ ସଂଯୋଜକ ବନବାସ ବେହେରା,ସୁପର ଭାଇଯର ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ମହିଳା ମାନଙ୍କ ସଶକ୍ତି କରଣ ପାଇଁ ସରକାର ଦେଉଥିବା ବିଭିନ୍ନ ଯୋଜନା ଓ ଏହାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଏସ ବି ଆଇ ଧରାକୋଟ ଶାଖା ତରଫରୁ 22 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି ପନ୍ଦର ଲକ୍ଷ ଟଙ୍କାର ରୁଣ ସହାୟତା ରାଶି, ୟୁନିଅନ ବ୍ୟାଙ୍କ ମୁଣ୍ଡ ମରାଇ ଶାଖା ତରଫରୁ ଏକ କୋଟି ସାତ ଲକ୍ଷ ଟଙ୍କା ଋଣ ସହାୟତା ରାଶି, ଆଇ ଓ ବି ଜାହାଡା ଶାଖା ତରଫରୁ ଏକ କୋଟି ଦଶ ଲକ୍ଷ ଟଙ୍କାର ଋଣ ସହାୟତା ରାଶି ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଧରାକୋଟ ଶାଖା ତରଫରୁ ଦଶ ଲକ୍ଷ ଟଙ୍କାର ସହାୟତା ରାଶି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପ୍ରଦାନ କରାଯାଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ପ୍ରଥମ ପର୍ଯ୍ୟାୟରେ 15 ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ମୋବାଇଲ ସେଟ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅଧିକାରୀ ମାନେ ଅଦ୍ଵିକା, ଆମ କୁନି ପିଲା, ମିଶନ ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ପି ଏମ ଜନ ମନ, ମମତା,ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା,ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା,ସୁଭଦ୍ରା,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମହିଳା ସସସ୍ତି କାରଣ ଓ ପୋଷଣ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଭଗ୍ୟଲତା ମଣ୍ଡଳ, ସୁଶୀଳା ମଲିକ, ପଦ୍ମାବତୀ ମଲିକ, ଲକ୍ଷ୍ମୀ ଦଳେଇ, ସ୍ମୃତିରେଖା ରେଡ୍ଡୀ ଓ ବବୁଲୁ ଦାସ ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।

Related posts

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା

masiha

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

Sunil Chandra Nayak

Swabhav Swachchta – Sanskaar Swachchta: Walkathon Organised by Waltair Division

Sunil Chandra Nayak

Leave a Comment

error: Content is protected !!