ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ମାମଲା ଅଭିଯୁକ୍ତ ମାନଙ୍କୁ ଧରିଥିବା ରାଉରକେଲା ପୋଲିସକୁ ଧନ୍ୟବାଦ-ବିଧାୟକ ଶ୍ରୀ ତନ୍ତୀ

ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ମାମଲା

ଅଭିଯୁକ୍ତ ମାନଙ୍କୁ ଧରିଥିବା ରାଉରକେଲା ପୋଲିସକୁ ଧନ୍ୟବାଦ-ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ରାଉରକେଲା ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୫ ଗୋଲ ଘର ନିକଟରେ ଥିବା ରାମେଶ୍ୱରପଲ୍ଲୀ ବାସିନ୍ଦା ତୋଫାନ ବିନ୍ଧାଣିଙ୍କୁ ଗତ ସପ୍ତାହରେ କିଛି ଦୁର୍ବୁର୍ତ୍ତ ମାନେ ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପଛପଟେ ଥିବା ଜଙ୍ଗଳଲରେ ବେକକୁ କାଟି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଥିବାବେଳେ ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀ ରାଉରକେଲା ଏସପି ଏବଂ ପଶ୍ଚିମାଞ୍ଚଳ ଡ଼ି ଆଇ ଜି ଙ୍କୁ ସାକ୍ଷାତ କରି ତୁରନ୍ତ ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । ଏହି ଘଟଣାରେ ଆଜି ରାଉରକେଲା ଏସପି ଙ୍କ ନେତୃତ୍ବରେ ଗଠିତ ପୋଲିସର ଏକ ଦଳ ଝିରପାଣି ଅଞ୍ଚଳରେ ଚଢ଼ାଉ କରି ଲୁଚିରହିଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଉଥିବା ବେଳେ ଅପରାଧୀ ମାନେ ଓଲଟା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ମଧ୍ୟ ନିଜ ଆତ୍ମରକ୍ଷା ପାଇଁ ଅଭିଯୁକ୍ତଙ୍କ ଉପରକୁ ଗୁଳି ମାଡ଼ କରିବାରୁ ଦୁଇଜଣ ଅଭିଯୁକ୍ତ ଆହତ ହୋଇ ତଳେ ପଡିଯାଇଥିଲେ । ପୋଲିସ ସେମାନଙ୍କୁ ଗିରଗ କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇ ତଦନ୍ତ ଚଳାଇଛି । ତୋଫାନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳତା ପାଇଥିବା ରାଉରକେଲା ପୋଲିସକୁ ବିଧାୟକ ଶ୍ରୀ ତନ୍ତୀ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଶାସନ ଭାର ନେଇଥିବା ମୋହନ ମାଝୀ ସରକାରର ଅପରାଧ ମୁକ୍ତ ଓଡିଶା ଗଠନ ପାଇଁ ନେଇଥିବା ସଂକଳ୍ପର ଏହା ହେଉଛି ଜ୍ୱଳନ୍ତ ଉଦାହରଣ ବୋଲି ସେ ମତ ରଖିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

masiha

Leave a Comment

error: Content is protected !!