ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଖିରେ ପଟି ବାନ୍ଧି ପଢ଼ିଲେ, ରଙ୍ଗ ଚିହ୍ନିଲେ ଛାତ୍ରଛାତ୍ରୀ କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ଉଦ୍‌ଯାପିତ

ଆଖିରେ ପଟି ବାନ୍ଧି ପଢ଼ିଲେ, ରଙ୍ଗ ଚିହ୍ନିଲେ ଛାତ୍ରଛାତ୍ରୀ

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ଉଦ୍‌ଯାପିତ

ରାଇରଙ୍ଗପୁର – ୪/୧୧ ଆଖିରେ ପଟି ବାନ୍ଧି ପଢ଼ିବା ସହ ବିଭିନ୍ନ ରଙ୍ଗ ଚିହ୍ନିବା ଭଳି ଅଭିନବ କାର୍ଯ୍ୟକଳାପ ପ୍ରଦର୍ଶନ କରି ଦର୍ଶକଙ୍କୁ ଚକିତ କରିଛନ୍ତି ଛାତ୍ରଛାତ୍ରୀ। ବହଳଦାସ୍ଥିତ କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲ ପରିସରରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଚାରିଦିନିଆ ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ସୋମବାର ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୫ରୁ ୧୮ ବର୍ଷ ବୟସର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କରଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ପ୍ରଶିକ୍ଷକ ନବୀନ ଚୌରାଶିଆ ଓ ଅର୍ଚ୍ଚନା ଚୌରାଶିଆ ପିଲାମାନଙ୍କୁ ବିଭିନ୍ନ ଅଭିନବ ପଦ୍ଧତିରେ ପ୍ରଶିକ୍ଷଣ ଦେଇଥିଲେ। ଏକାଗ୍ରତା, ଆତ୍ମବିଶ୍ୱାସ, ସ୍ମରଣଶକ୍ତି, ଭାବନାତ୍ମକ ସନ୍ତୁଳନ ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଏହି ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା।ଶିବିରର ଅନ୍ତିମ ଦିବସରେ ପ୍ରଶିକ୍ଷାର୍ଥୀମାନେ ଆଖିରେ ପଟି ବାନ୍ଧି ପଢ଼ିବା ଓ ରଙ୍ଗ ଚିହ୍ନିବା ଭଳି କାର୍ଯ୍ୟକଳାପର ପ୍ରଦର୍ଶନ କରିଥିଲେ। ସେମାନଙ୍କର ଏହି ପ୍ରଦର୍ଶନ ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କୁ ବିସ୍ମିତ କରିଥିଲା। ପିଲାମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସକୁ ସମସ୍ତେ ପ୍ରଶଂସା କରିଥିଲେ।

ବିଦ୍ୟାଳୟର ନିର୍ଦ୍ଦେଶକ ଶାଶ୍ୱତ ପୁଲକ ପାଲ ଓ ପ୍ରଧାନଶିକ୍ଷୟିତ୍ରୀ ହରିପ୍ରିୟା ବେହେରା ଶିବିରର ଆୟୋଜନ ଓ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବାବେଳେ ରାଇରଙ୍ଗପୁର ଆର୍ଟ ଅଫ୍ ଲିଭିଂର ଯୋଗ ପ୍ରଶିକ୍ଷକ ପ୍ରେମାନନ୍ଦ ଓ କମଳିନୀ ମଧ୍ୟ ସହଯୋଗ କରିଥିଲେ।

ଏହି ଅବସରରେ ନିମନ୍ତ୍ରୀତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ମଧୁସୁଦନ ଦାସ ଓ ଅଶୋକ କୁମାର ରାଉତ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ମହାନ୍ତ, ଶ୍ରୀଗଣେଶ ଟ୍ୟୁଟୋରିଆଲସ ର ଅଧ୍ୟକ୍ଷ ଗଣେଶ୍ୱର ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ପ୍ରଶିକ୍ଷକ, ଅତିଥି, ଅଭିଭାବକ, ସହଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଯାଇଥିଲା। ଏଭଳି ଶିବିର ପିଲାମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଅବସର ଶିକ୍ଷକଙ୍କ ବିୟୋଗ

masiha

ଶୂନ୍ୟ ମଣ୍ଡପ ବାବାଙ୍କ ଆର୍ଶୀବାଦ ଲାଭ କଲେ ରାଜ୍ୟ ବିଜେପି ପ୍ରବକ୍ତା

masiha

ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!