ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଶିକ୍ଷକଙ୍କ ବିୟୋଗ

ଅବସର ଶିକ୍ଷକଙ୍କ ବିୟୋଗ

ନବରଙ୍ଗପୁର: (୨୫/୯/୨୪)(ରବିନାରାୟଣମହାନ୍ତି)- ଅବସରପ୍ରାପ୍ତ ଶିକ୍ଷକ ତ୍ରୀଲୋଚନ ପାଣ୍ଡେ ଗତକାଲି ମଧ୍ୟ ରାତ୍ରୀରେ ଝରିଗାଁ ବ୍ଲକ,କର୍ଷାହାଣ୍ଡି ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବଳିଷ୍ଠ ସ୍ୱାସ୍ଥ୍ୟ ସହ ଜଣେ ଦକ୍ଷ ଖେଳାଳି ହୋଇଥିବାରୁ ଅବସର ଗ୍ରହଣ ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ବେଶ୍ ବଳିଷ୍ଠ ରହିଥିଲା ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ହତବାକ କରିବା ସହ ଗଭୀର ମର୍ମାହତ କରିଛି ଅଞ୍ଚଳବାସୀଙ୍କୁ। ୬୧ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ୫/୩/୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସୂଚନା ପ୍ରକାରେ ଦେହ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତର ନିକଟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ବାଭାବିକ ଅବସ୍ଥାରେ ଘରକୁ ଫେରିଥିଲେ। ରାତ୍ରି ପ୍ରାୟ ଏକ ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ବିବିଧ ଦକ୍ଷତା,ଭଦ୍ର,ମେଳାପି,ଧର୍ମପରାୟଣତା, ପରୋପକାରିତା ଗୁଣ ସ୍ଵଭାବ ଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ଶିକ୍ଷକ ସଂଘର ବିଭିନ୍ନ ପଦବୀରେ ରହି ଦାୟୀତ୍ବ ନିର୍ବାହ କରିଥିଲେ। ଖ୍ୟାତି ଓ ଲୋକପ୍ରିୟତା ରହିଥିବାରୁ ବିୟୋଗ ଖବର ଶୁଣି ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଅଞ୍ଚଳବାସୀ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ସହ ଶେଷକୃତ୍ୟ ସଂପନ୍ନରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। ସ୍ବର୍ଗତ ତ୍ରୀଲୋଚନ ପାଣ୍ଡେ ଜଣେ ଉତ୍ତମ ଶିକ୍ଷକ,ଦକ୍ଷ ଭଲିବଲ୍ ଖେଳାଳି,କ୍ରିକେଟ ବିଶ୍ଲେଷଜ୍ଞ, ସମାଜସେବା,ସକ୍ରିୟ ରାଜନେତା,ଆନୁଷ୍ଠାନିକ ମଞ୍ଚ ପରିଚାଳକ,ଉତ୍ତମ ବକ୍ତା ସାଙ୍ଗକୁ ଯୁବପିଢି ଛାତ୍ର ଛାତ୍ରୀ ଙ୍କୁ ସର୍ବଦା ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିବାକୁ ପ୍ରୟାସ ଜାରି ରଖିଥିଲେ। ଦଶନ୍ଧି ଦଶନ୍ଧି ଧରି ଭଲିବଲ୍ ,କ୍ରିକେଟ ପ୍ରତିଯୋଗିତାରେ ବ୍ଲକ ସଦର ଝରିଗାଁ ପ୍ରତିନିଧି ଦଳ ଗଠନ କରି ଏକାଧିକ ମ୍ୟାଚ୍ ବିଜୟ କରି ଅଞ୍ଚଳ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସ୍ବର୍ଗତ ପାଣ୍ଡେ। ଏକାଧିକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ତାଙ୍କର ସୁନାମ ରହିଥିବାରୁ ତାଙ୍କର ବିୟୋଗ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ତାଙ୍କର ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।ସ୍ବର୍ଗତ ପାଣ୍ଡେ ଙ୍କ ପରିବାର,ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

masiha

Leave a Comment

error: Content is protected !!