ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ସ୍ଥିତ କଁଅସିଲ ଗ୍ରାମ ରେ ବିଶ୍ୱ ଆଦିବାସୀ ଦିବସ ଶନିବାର ପାଳିତ ହୋଇ ଯାଇଛି I ଗଜବାହାଲ ଗ୍ରାମର ଅନେକ ଆଦିବାସୀ ସମ୍ପ୍ରଦାୟର ଶହ ଶହ ଆଦିବାସୀ ଯୋଗଦାନ କରିଥିଲେ I ସଭା ପୂର୍ବରୁ ଗ୍ରାମ ଦେବୀ ଧରଣୀ ମାଁ ଙ୍କ ପୂଜାପାଠ କରି ମଶାଲ ଯାତ୍ରା ଓ ସଭା ଆରମ୍ଭ ହୋଇଥିଲା I ଆଦିବାସୀ ସମାଜର କିପରି ଉନ୍ନତି ହେବ ଓ ଜଳ ଜମିନ ଅଧିକାର ଉପରେ ଆଲୋକପାତ ଓ ଆଦିବାସୀ ମାନେ ଯେହେତୁ ପ୍ରକୃତି ପୂଜକ ଓ ସଂସ୍କୃତି ପରମ୍ପରା କୁ କିପରି ଆଗାମୀ ଦିନ ବଞ୍ଚିରହିବ ସେ ନେଇ ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ I ଏଥିରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ପବିତ୍ର ଭୋଇ, ନୂଆଁଧର ଭୋଇ, ଶ୍ରୀପତି ପାତ୍ର, ଜଗନ୍ନାଥ ଭୋଇ ସୁନୀଲ ଭୋଇ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସୁରେନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ଭୋଇ, କ୍ଷୀରମଣୀ ଭୋଇ, ରାଜେନ୍ଦ୍ର ଭୋଇ, ଧନେଶ୍ୱର ମାଝୀ, ଅଲେଖ ଭୋଇ, ଗୋପୀନାଥ ଭୋଇ, ମାଧବ ଭୋଇ, ସୁଦାମ ଭୋଇ, ନିରନ ପୁଟା ରାଜୁ ଭୋଇ, ପ୍ରଶାନ୍ତ ଭୋଇ ଏବଂ ମାଆ ଭଉଣୀ ମାନେ ଉପସ୍ଥିତ ରହିଥିଲେ I 

 

Related posts

ନୂତନ ଅଙ୍ଗନବାଡି ଦିଦି ଙ୍କୁ ସ୍ୱାଗତ 

masiha

ନିଜ ଅଧିକାରର ସୁରକ୍ଷା ଓ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

Sunil Chandra Nayak

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

Sunil Chandra Nayak

Leave a Comment

error: Content is protected !!