ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

 ମୟୂରଭଞ୍ଜ – ୨୩/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶେଷ ଉତ୍ସବ ଶନିବାର ଦିନ ଅଧ୍ୟକ୍ଷ ତ୍ରିଲୋଚନ ଚକ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁଖ୍ୟବକ୍ତା ବିଶିଷ୍ଟ ବିଜେଡି ଯୁବନେତା ସମାଜସେବୀ ରାଇସେନ ମୁର୍ମୁ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା,ଅନ୍ଯତମ ଅତିଥି ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବିକାଶ ମହାନ୍ତ, କାର୍ଯ୍ୟକ୍ରମର ଉପଦେଷ୍ଟା ବୀର କିଶୋର ଚାଉ ପଟ୍ଟନାୟକ ,ନୋଡାଲ ଅଫିସର ସୁନିଲ ମେଳା, ଡଃ ମିଲନ ମହାନ୍ତ,ଅଧ୍ୟାପକ ହଳଧର ବାରିକ,ଅଧ୍ୟାପକ ମାନସ ଯେନା, ଡଃ ତନ୍ମୟା ରଥ,ଅଧ୍ଯାପିକା ମେନେକା ମହାକୁଡ,ରାଜେଶ ରାମ, ଦାରା ସିଂ ମହାନ୍ତ ଏବଂ ଅନ୍ୟ ଅଧ୍ୟାପକ/ ଅଧ୍ଯାପିକା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି କହିଥଲେ ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ ।ଯୁବ ଗୋଷ୍ଠୀ ସଠିକ ମାର୍ଗରେ ଚାଲିଲେ ଦେଶକୁ ଆଗେଇବାରେ ସମର୍ଥ ହେବେ ।ସେହିଭଳି ମୁଖ୍ୟବକ୍ତା କହିଥିଲେ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ, ଅଧ୍ୟବସାୟ ଗୁରୁ ଓ ପିତାମାତାଙ୍କୁ ଭକ୍ତି,ପ୍ରବଳ ଇଚ୍ଛା ଶକ୍ତି,ସ୍ବପ୍ନ ଦେଖିବା, ପାଠ ସହିତ ଖେଳ କୁଦ, ନୃତ୍ୟ ,ସମାଜସେବା, ପରୋପକାର ସବୁଥିରେ ନିଜକୁ ନିୟୋଜିତ କଲେ ନିଶ୍ଚିତ ସୁଫଳ ମିଳିବ ।ପରିଶ୍ରମର ଫଳ ବିଳମ୍ବରେ ହେଲେ ବି ମିଳିବ । ଧୈର୍ଯ୍ୟର ସହ ଘାତ,ପ୍ରତିଘାତ ଆଡେଇ ନିଜକୁ ଆଗକୁ ବଢିବାକୁ ଚେଷ୍ଟା କରିବା ଉଚିତ।ପରେ ଅତିଥିଗଣ ବିଭିନ୍ନ ବିଭାଗର ଆୟୋଜିତ ପ୍ରତିଯୋଗିତାର ୪୦୦ ରୁ ଉର୍ଦ୍ଧ୍ବ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ; ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ

masiha

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

Sunil Chandra Nayak

Leave a Comment

error: Content is protected !!