ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬ ଦଫା ଦାବିରେ କଳାବ୍ୟାଚ ପିନ୍ଧି କୃଷି କର୍ମଚାରୀ ଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ୧ ରୁ ସାମୁହିକ ଛୁଟିରେ ଯିବେ କର୍ମଚାରୀ

କୋକସରା,୧୪/୦୭ // ରାଜ୍ୟ ଓ ଜିଲ୍ଲା ସଙ୍ଗର ଡାକରାରେ ଶୁକ୍ରବାର ଠାରୁ କଳାବ୍ୟାଚ ପିନ୍ଧି ଦାବି ପୂରଣ ପାଇଁ ପ୍ରତିବାଦ କରୁଛନ୍ତି କୋକସରା ବ୍ଲକ କୃଷି ବିଭାଗର ପୁରୁଷ ଓ ମହିଳା କର୍ମଚାରୀ । ଏନେଇ ଶୁକ୍ରବାର କୋକସରା କୃଷି କାର୍ଯ୍ୟାଳୟ ପରିସରରେ ବ୍ଲକ ସଭାପତି ଉପେନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକର କାର୍ଯ୍ୟରତ କୃଷି ବିଭାଗର କର୍ମଚାରୀ ମାନେ ନିଜ ୬ ଦଫା ଦାବି ସମ୍ପର୍କରେ ସୂଚନା ଦେବାସହ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ସମୁହ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ଓ ପାତରଅନ୍ତର ନୀତିକୁ ସମାଲୋଚନା କରିଛନ୍ତି। ଯଦି ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଦାବି ଉପରେ ପୁନର୍ବିର୍ଚାର ନ କରନ୍ତି ତାହେଲେ ଆସନ୍ତା ୧ ତାରି ରୁ କୃଷି କର୍ମଚାରୀ ସାମୁହିକ ଭାବେ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ୬ ଦଫା ମଧ୍ୟରେ ଗ୍ରେଡ ପେ ୪,୨୦୦କୁ ବୃଦ୍ଧି, କୃଷି କର୍ମଚାରୀଙ୍କ ପଦବୀର ନାମ ପରିବର୍ତ୍ତନ, କ୍ୟାଡର ପୁନର୍ଗଠନ, ଠିକା ସମୟର ୬ ବର୍ଷକୁ ମୁଳ ଚାକିରୀରେ ଗଣନା, ୬ଟି ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ ଦାବି ପ୍ରମୁଖ ରହିଛି। କୋକସରା ବ୍ଲକ କୃଷି ବିଭାଗର କର୍ମଚାରୀଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ବିଶ୍ୱ ରଞ୍ଜନ ବୋଡକିଆ, ଅଜିତ କୁମାର ସାହୁ, ଅବିନାଶ ଠାକୁର, ଭକ୍ତ ଚନ୍ଦ୍ର ମାଝୀ, ଟିକଚନ ଦଳପତି, ଧନିରାମ ମାଝୀ, ଧନସାଇ ମାଝୀ, କଲ୍ୟାଣି ନାଏକ, ଇନ୍ଦୁ ପାଣିଗ୍ରାହୀ, ଇତିଶ୍ରୀ ପାଣିଗ୍ରାହୀ, ଚନ୍ଦ୍ରକଳା ମେହେର ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି କଳାବ୍ୟାଚ ପରିଧାନ କରି ପ୍ରତିବାଦରେ ସାମିଲ ରହିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ

Sunil Chandra Nayak

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

masiha

Leave a Comment

error: Content is protected !!