ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଉଦଘାଟିତ

ନର୍ଲା (ମନିସ)ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡଠାରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି। କେସିଙ୍ଗା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପ୍ରିନ୍ସପାଲ ଦୀପ୍ତି ରାଣୀ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ବିଡିଓ ବାସନ୍ତି ସେଠୀ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେନ୍ଦ୍ର ସାହୁ, ୟଙ୍ଗ ବ୍ଲଡ଼ ଏସୋସିଏସନ କେସିଙ୍ଗାର ସଭାପତି କମଳ କୁମାର ଜୈନ, ସାଧାରଣ ସମ୍ପାଦକ ଶିବ କୁମାର ବଂଶଳ, ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ରାମକୁମାର ଜୈନ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ ଦୀପ୍ତି ରାଣୀ ସିଂ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରେମଲାଲ କୁମାର ବଂଶଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜିର ଏହି ଉଦଘାଟନୀ ସମାରୋହରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସମେତ ରୁପ୍ରାରୋଡ, ବଲବସପୁର, ବରଗାଁ, ବୁଢୀପଦର, ରାକ୍ସି, ଗୋଖରା, ଲାଖଗୁଡା, ବିଲାଟ, ସରିଆଁ, ଚିଆଁପଦର, ଅର୍ଜୁନ ଗାଁ, ଖାଇଚୁଆଁ, ସୁରପଦର, ଲାଖପଦର, କର୍ମେ ଗାଁ, ଛତାମହୁଲ ଆଦି ବିଭିନ୍ନ ଗ୍ରାମର ଅବିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶିକ୍ଷକ ଉଦିତ କୁମାର ହରପାଲ ମଞ୍ଚ ପରିଚାଳନା କରିଥିବାବେଳେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କେସିଙ୍ଗା ୟଙ୍ଗ ବ୍ଳଡ ପବ୍ଲିକ ସ୍କୁଲ ୪୦ ବର୍ଷରୁ ଅଧିକ ହେବ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରି ଆଇପିଏସ, ଡାକ୍ତର, ଇଞ୍ଜିନିୟର ଭଳି ଅନେକ ଶିକ୍ଷିତ ଛାତ୍ରଛାତ୍ରୀ ନିର୍ମାଣ କରିବାରେ ସଫଳ ହୋଇଛି। ସେହିପରି ରୁପ୍ରାରୋଡ, ନର୍ଲା ଅଞ୍ଚଳର ଛାତ୍ର ଛାତ୍ରୀ ସ୍ୱଳ୍ପ ଖର୍ଚ୍ଚରେ ଉଚ୍ଚ ଶିକ୍ଷିତ ହୋଇପାରିବେ ଏହାହି ଏହାର ମୂଳ ଲକ୍ଷ ବୋଲି ୟଙ୍ଗବ୍ଳଡ ପବ୍ଳିକ ସ୍କୁଲର ସଭାପତି କମଲ କୁମାର ଜୈନ ପ୍ରକାଶ କରିଥିଲେ । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ ପଢାଯାଉଥିବା କଥା କେସିଙ୍ଗା ୟଙ୍ଗବ୍ଳଡ ଚେୟାରମେନ ରାମ କୁମାର ଜୈନ ପ୍ରକାଶ କରିଥିଲେ ।ଶିକ୍ଷାର ବିକାଶ ହେଲେ ସମସ୍ତେ ଶିକ୍ଷିତ ହେବା ସହିତ ଦେଶ ମଧ୍ୟ ଆଗକୁ ଯିବ 

ବୋଲି ପ୍ରକାଶ ପାଇଥିଲା।ଆଗକୁ ରୁପ୍ରାରୋଡରେ ଏକ ହବ ନିର୍ମାଣ କରାଯିବ ଯେଉଁଥିରେ ନର୍ସରିରୁ +2 ଓ ସମସ୍ତ ଡିପ୍ଳୋମା କୋର୍ସ ଘର ନିକଟରେ ରହି ସମସ୍ତେ କରିପାରିବେ ବୋଲି ଚେୟାରମେନ ରାମକୁମାର ଜୈନ ପ୍ରକାଶ କରିଥିଲେ ।ଏଠାରେ ପ୍ରଥମରୂ ସପ୍ତମ ଶ୍ରେଣୀ ଖୋଲାଯାଇଛି । ସମସ୍ତ ଅତିଥି ଓ ପୁର୍ବତନ ଛାତ୍ର ଛାତ୍ରୀଙ୍କୁ ସ୍ମୁତି ଚିହ୍ନ ଦେଇ ସମ୍ମାନୀତ କରାଯାଇଥିଲା ।

ଶେଷରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ଶିକ୍ଷକ ବିଭୁ ରଞ୍ଜନ ମହାହୁତି ଧନ୍ୟବାଦ ଅର୍ପଣ କରିଥିଲେ ।ସୁମିତ ଅଗ୍ରୱାଲ,ସୁନୀଲ ଅଗ୍ରୱାଲ,ରାଜେଶ ଦତା,ମାଧବ ନାଗ,ରତନ ଅଗ୍ରୱାଲ,ସଜନ ଅଗ୍ରୱାଲ,ରାଜକୁମାର ଅଗ୍ରୱାଲ,ପ୍ରଦିପ ଅଗ୍ରୱାଲ,ଶ୍ୟାମସୁନ୍ଦର ଶର୍ମା,ରାଧେଶ୍ୟାମ ଖେତାନ,ଗୋବିନ୍ଦରାମ ଖେତାନ,ସୁବାଷ ଅଗ୍ରୱାଲ ,ଦେବୀପ୍ରସାଦ ଶର୍ମା,ଗୋବିନ୍ଦରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ

ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

ପାଣି ସମସ୍ୟା ଓ ନୂତନ ଭାବେ ନିର୍ମିତ ହେଉଥିବା ପ୍ରକଳ୍ପ କୁ ଅନ୍ୟତ୍ର ସ୍ଥାନତର କୁ ବିରୋଧ କରିଛନ୍ତି ଶତାଧିକ ମହିଳା

Sunil Chandra Nayak

Leave a Comment

error: Content is protected !!