ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜା ଚୈତନ୍ୟ ନୋଡାଲ ନୋଡାଲ ବିଦ୍ୟାଳୟ ପଡ଼ିଆରେ ବଜରଙ୍ଗ ଦଳର ଦାଣ୍ଡିଆ ଓ ଗର୍ବା ନୃତ୍ୟ

ରାଜା ଚୈତନ୍ୟ ନୋଡାଲ ନୋଡାଲ ବିଦ୍ୟାଳୟ ପଡ଼ିଆରେ ବଜରଙ୍ଗ ଦଳର ଦାଣ୍ଡିଆ ଓ ଗର୍ବା ନୃତ୍ୟ

ନବରଙ୍ଗପୁର: (୧୯|୧୦)(ରବି ନାରାୟଣ ମହାନ୍ତି)ଶାରଦୀୟ ନବରାତ୍ରୀ ଅବସରରେ ସ୍ଥାନୀୟ ରାଜା ଚୈତନ୍ୟ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ଓ ଗର୍ବା ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିଡା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ବଣିକ ସଂଘର ବରିଷ୍ଠ ସଦସ୍ୟ ମୂର୍ତ୍ତି ବାବୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ କଳାକାରଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଦଳଗତ ଓ ଏକକ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣ ରୁ ଅନେକ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସୂରଜ ହରିଜନ, ଆକାଶ ନାୟକ, ସିଦ୍ଧାନ୍ତ ହରିଜନ, ପିନତି ନାୟକ, ଶ୍ରବଣ ନାୟକ, କେ. କିରଣ, ରବୀନ୍ଦ୍ର ସାହୁ, ବିଜୟ ହରିଜନ, ଶୁଭମ ଚୌଧୁରୀ, ଆଶିଷ କୁମାର ପାତ୍ର, ମୋହନ ହରିଜନ, ଶ୍ରୀରାମ ଭତରା, ଓମ ଦାସ ଭତରା, ରାଜମୋହନ ଭତରାଙ୍କ ସମେତ ବଜରଙ୍ଗ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଦର୍ଶକ ଉପସ୍ଥିତ ଥିଲେ। ସଂସ୍କୃତିକ କାର୍ଯ୍ୟକ୍ରମକୁ ଗାୟକ କୁମାର ସମର ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ବେଟି ବଚାଓ ବେଟି ପଢ଼ାଓ” ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ  

masiha

Leave a Comment

error: Content is protected !!