ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହ୍ୟ ସମ୍ପନ୍ନ ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ 

ଐତିହ୍ୟ ସମ୍ପନ୍ନ ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ 

ଉମରକୋଟ:( ୫ ଅଗଷ୍ଟ)( ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷଦ ଅନ୍ତର୍ଗତ କୋଣ୍ଡାଗାଁ ରୋଡ୍ ସ୍ଥିତ କଲ୍ୟାଣୀ ମଣ୍ଡପଠାରେ ପ୍ରାଚୀନ ଓ ପାରମ୍ପରିକ ଭାବେ ଦୁର୍ଗାପୂଜା ଆୟୋଜନ କରୁଥିବା ବିଭିନ୍ନ ପୂଜା କମିଟିଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକାକାଳୀନ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ସଂସ୍କୃତି ବିଭାଗର ପ୍ରସ୍ତାବ ଓ ସୁପାରିଶ ଆଧାରରେ ପ୍ରାଚୀନ ପରମ୍ପରା ଅନୁଯାୟୀ ପୂଜା ଅନୁଷ୍ଠାନ କରୁଥିବା ଦୁର୍ଗାପୂଜା କମିଟିଗୁଡ଼ିକୁ ଚିହ୍ନଟ କରାଯାଇ ଏହି ସହାୟତା ରାଶି ମଞ୍ଜୁର କରାଯାଇଥିବା ସୂଚନା ମିଳିଛି।ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ପୌରପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, କାଉନସିଲର ତପନ ଦେବନାଥ, ସାଇ ନାରାୟଣ ପାଢ଼ୀ, କନକଲତା ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ପ୍ରାଚୀନ ପରମ୍ପରା, ନୀତିକାନ୍ତି ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ସୁଚାରୁ ପରିଚାଳନା ଓ ସଂରକ୍ଷଣ ପାଇଁ ସରକାର ଏପରି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି।ଏହି ସହାୟତା ପ୍ରଦାନରେ ଉମରକୋଟ ପୈରପରିଷଦର ଡିଏନକେ ଉତ୍କଳ କଳା ସଂସଦ, ଭଞ୍ଜ ମଣ୍ଡପ ଦୁର୍ଗାପୂଜା କମିଟି ଓ ଗୁଲିପାଟଣା ଦୁର୍ଗାପୂଜା କମିଟିକୁ ପ୍ରାଥମିକତା ଦିଆଯାଇଥିବା ଜଣାପଡ଼ିଛି।ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ପରିଷଦର ସୁପାରିଶ ଆଧାରରେ ଯୋଗ୍ୟ ପୂଜା କମିଟିଗୁଡ଼ିକର ତାଲିକା ଚୂଡ଼ାନ୍ତ କରାଯାଇଛି। ଅନୁଦାନ ରାଶି ସିଧାସଳଖ ସମ୍ପୃକ୍ତ କମିଟିଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।ସରକାରଙ୍କ ମତାନୁସାରେ, ଆଧୁନିକତାର ପ୍ରଭାବ ମଧ୍ୟରେ ଆଞ୍ଚଳିକ ଲୋକକଳା, ସଂସ୍କୃତି ଓ ମୂଳ ପାରମ୍ପରିକ ପୂଜାବିଧି ଯେପରି ହଜିନଯାଏ, ସେଥିପାଇଁ ଏପରି ଆର୍ଥିକ ସହାୟତା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

masiha

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

Sunil Chandra Nayak

Leave a Comment

error: Content is protected !!