ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ! ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ!

ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

ଜଳେଶ୍ଵର,୫/୮(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ବୋଲି ବିଜେପି  ପଶ୍ଚିମବାର୍ଡ ମଣ୍ଡଳ କିଷାନ୍ ମୋର୍ଚ୍ଚା ସଭାପତି ତଥା ପଞ୍ଚାୟତ ପ୍ରମୁଖ ଜଗଦୀଶ ପ୍ରଧାନ ଅଭିଯୋଗ କରିବା ସହିତ ଏହି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି। ସୂଚନା ଅନୁଯାୟୀ ବିଗତ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜଳେଶ୍ଵର ବ୍ଲକକୁ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ୫୯.୭୮ ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ସେହି ଅର୍ଥ ବିଦ୍ୟାଳୟରେ ଖର୍ଚ୍ଚ ହୋଇଛି କି ନାହିଁ ତାହା ସଠିକ୍ ଭାବେ ପ୍ରଧାନ ଶିକ୍ଷକ ଦେଇ ପାରୁ ନାହାନ୍ତି।ପରବର୍ତ୍ତୀ ସମୟରେ ସମଗ୍ର ଶିକ୍ଷା ଅଭିଯାନର ସହକାରୀ ବିଦ୍ୟାଳୟ ଗସ୍ତରେ ଆସି ସମସ୍ତ ଅଭିଯୋଗର ତଦନ୍ତ କରିବା ପରେ ଏହି ୫୯.୭୮ ଲକ୍ଷ ଟଙ୍କା ଦୀର୍ଘ ୪ ବର୍ଷ ଧରି ଜଳେଶ୍ଵର ବ୍ଲକରେ ପଡ଼ି ରହିଛି ବୋଲି ଏକ ରିପୋର୍ଟ ବାଲେଶ୍ୱର ଶିକ୍ଷା  ଅଧିକାରୀଙ୍କୁ ପ୍ରଦାନ କରିଥିଲେ।ମାତ୍ର ଆଜି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଧ୍ୟାରାଣୀ ପାତ୍ର ଓ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ବେହେରା ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସି ଉକ୍ତ ୫୯.୭୮ ଲକ୍ଷ ଟଙ୍କାରୁ ମାତ୍ର ୩୬ ଲକ୍ଷ ବ୍ଲକ ନିକଟରେ ରହିଛି ବୋଲି କହିଥିଲେ। ଅବଶିଷ୍ଟ ୧୩.୭୮ ଲକ୍ଷ ଟଙ୍କା ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଯାଇଛି ପ୍ରକାଶ କରିଥିଲେ।ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ୫- ଟି କାର୍ଯ୍ୟ ପାଇଁ ସର୍ବମୋଟ ୩୭ ଲକ୍ଷ ୭୫ ହଜାର ଟଙ୍କାର ଅନୁଦାନ ମିଳିଥିଲା।ସେଥିମଧ୍ୟରୁ ବିଦ୍ୟାଳୟର ମୌଳିକ ଢାଞ୍ଚା ଉନ୍ନୟନ ପାଇଁ ୨୪ ଲକ୍ଷ ଟଙ୍କା,ଡେସ୍କ ଓ ବେଞ୍ଚ ପାଇଁ ୭ ଲକ୍ଷ ୩୩ ହଜାର ଟଙ୍କା, ଲାଇବ୍ରେରୀ ରେକ୍ ପାଇଁ ୯୫ ହଜାର, ବେଡମିନ୍ଟନ୍ କୋର୍ଟ ପାଇଁ ୩ ଲକ୍ଷ ୧୭ ହଜାର,ବିଜ୍ଞାନ ପରୀକ୍ଷାଗାର ପାଇଁ ୨ ଲକ୍ଷ ୧୯ ହଜାର ମଞ୍ଜୁର ହୋଇଛି।ମାତ୍ର ଏହି ସବୁ କାର୍ଯ୍ୟ ମିଳିଥିବା ଅନୁଦାନ ଅନୁଯାୟୀ କରା ନ ଯାଇ ଅତ୍ୟନ୍ତ ନିମ୍ନ ମାନର କରାଯାଇଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଏପରିକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ ହେଉଥିବା  ଶୌଚାଳୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନାହିଁ।ତେଣୁ ଏହି ୩୭.୭୫ ଲକ୍ଷ ଓ ୧୩.୭୮ ଲକ୍ଷ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି,ତାହାର ସଠିକ୍ ହିସାବ ବ୍ଲକର ଯନ୍ତ୍ରୀ ମାନେ କହିବା ପାଇଁ ଅସମର୍ଥ ହେଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।ଆଜିର ବ୍ଲକ ଯନ୍ତ୍ରୀ ମାନଙ୍କ ପରିଦର୍ଶନ ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତିଙ୍କ ସମେତ ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା,ସରପଞ୍ଚ ପ୍ରତିନିଧି ଅରୁଣ କୁମାର ରାଉଳ,ସମିତି ସଭ୍ୟ ପ୍ରତିନିଧି ସୁଶୀଲ କୁମାର ପରିଡ଼ା,ନାରୀ ନେତ୍ରୀ ସୁମତି ରାଣୀ ଦେ, ନିଖିଳ ପରିଡ଼ା,ଜଗଦୀଶ ପ୍ରଧାନ,ଜ୍ୟୋତି ବ୍ରହ୍ମ ଦେ,ବିମଳ ଲୋଚନ ଭୁୟାଁ ,ସତ୍ୟ ରଞ୍ଜନ ରଣା,ସତ୍ୟ ସୁନ୍ଦର କର,ସୁଶାନ୍ତ ପାତ୍ର,ଘନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

masiha

ଅଟୋ ରୁ ପଡି ୧ ମହିଳା ମୃତ

Sunil Chandra Nayak

सामाजिक कार्यकर्ता बासुदेव पात्र

masiha

Leave a Comment

error: Content is protected !!