ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷର ବ୍ରହ୍ମ ପୀଠକୁ ପରିଦର୍ଶନ କଲେ ଏସ ସି ଏସ ଟି କମିଶନର

ପଦ୍ମପୁର,୧୯/୦୮: ଆଜି ସକାଳୁ ଏସ ସିଏସଟି କମିଶନର ରୁପା ରୋଶନ ରାୟଗଡା ଜିଲ୍ଲା ପଦ୍ମପୁରର ଐତିହାସିକ ଅକ୍ଷର ବ୍ରହ୍ମ ପୀଠ କୁ ପରିଦର୍ଶନ କରିଛନ୍ତି।ସେ ଦୁଇ ଦିନ ହେଲା ରାୟଗଡା ଜିଲ୍ଲାର ବିଭିନ୍ନ ଆଦିବାସି ଅଞ୍ଚଳକୁ ପରିଦର୍ଶନ କରିବା ସହ କଲ୍ୟାଣ ବିଭାଗ ଦ୍ବାର ପରିଚାଳିତ ସ୍କୁଲ ଗୁଡିକ ପରିଦର୍ଶନ କରିବା ସହ ଆଦିବାସିଙ୍କ ଜୀବନି ଯିବିକା ଉପରେ ଅନୁଧ୍ୟାନ କରୁଛନ୍ତି।ଏହି କ୍ରମରେ ଆଜି ପଦ୍ମପୁରର ସୌରା ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ଦେବତା ମାତରବନମ ମନ୍ଦିର କୁ ଯାଇ ସେଠାରେ ପୂଜାର୍ଛନା କରିବା ସହ ପାହଡ ଚାରିପଟେ ବୁଲି ଦେଖିଥିଲେ। ଏହା ପୁର୍ବରୁ ୫ଟି ସଚିବଙ୍କ ଗୁଣପୁର ଗ୍ରସ୍ତ ସମୟରେ ସେ ଏହି ମନ୍ଦିରକୁ ଆସିଥିଲେ। ଏଠାରେ ପୂଜାର୍ଛନା କରିବା ସହ ମନ୍ଦିର କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଏଠାକାର ଆଦିବାସିଙ୍କୁ ପ୍ରତିଶୃତି ଦେଇ ଏକ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ କୁ କହିଥିଲେ। ତେବେ ଆଜି ପୁଣି ଆଦିବାସି ବିଭାଗ ସଚିବ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟନ କରିଥିଲେ। ଏହି ସମୟରେ ଜଏଣ୍ଟ ଡାଇରକ୍ଟର ଟୁକୁ ବାରିକ, ଡେପୁଟି ସେକ୍ରେଟରି ଅମୃତ ପ୍ରିୟମ୍ବଦା, ପ୍ରକଳ୍ପ ପ୍ରଶାସକ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ପଦ୍ମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ , ବ୍ଲକ ମଙ୍ଗଳ ଅଧିକାରୀ ସୁସ୍ମିତା ରଥ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝି, କୈଳାଶ କ୍ରାସ୍କା ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏସ ସିଏସଟି ବିଭାଗ ଦ୍ୱରା ମନ୍ଦିରର ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଶନର ରୁପା ରୋଶନ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

Leave a Comment

error: Content is protected !!