ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି” ଅନୁଷ୍ଠିତ

ବାରିପଦା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି” ଅନୁଷ୍ଠିତ 

ରାଇରଙ୍ଗପୁର – ତା ୦୫/୧୧ ;  ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜ଼ିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ୩୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ନରେନ୍ଦ୍ର ହାଁସଦା ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସଙ୍କ ଦିଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା I ଶିକ୍ଷକ ଗୌତମ ପ୍ରସାଦ ଦାସ ମଞ୍ଚ ଓ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି, ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ୩୨ଟି ଭିନ୍ନଭିନ୍ନ ପ୍ରତିଯୋଗିତାରେ ବ୍ଲକର ୧୩ ଟି କ୍ଲଷ୍ଟରର ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ I ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନେ ଚଳିତ ମାସ ୭ତାରିଖରେ ଜିଲ୍ଲା ସ୍ତରୀୟ ସୁରଭିରେ ଅଂଶ ଗ୍ରହଣ କରିବେ I ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଖେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟ ବା ଜାତୀୟ ସ୍ତରକୁ ମନୋନୀତ ହୋଇ ବ୍ଲକ ଲାଗି ସୁନାମ ଆଣିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇଥିଲା I ସୁରଭିର ମୁଖ୍ୟ ଆକର୍ଷଣ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି I ବି ଇ ଓ ସୁଶ୍ରୀ ଦାସ ଜିଲ୍ଲା ସ୍ତରରେ କୃତୀ ପ୍ରତିଯୋଗୀଙ୍କ ସଫଳତା କାମନା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ଏ ବି ଇ ଓ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟାଳୟର ସେକ୍ସନ ଅଫିସର ସତ୍ୟନାରାୟଣ ଦାସଙ୍କ ସମେତ ସମସ୍ତ ସି ଆର ସି ସି, ଶିକ୍ଷକ ନେତୃବୃନ୍ଦ ଓ ଶିକ୍ଷକ /ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

Sunil Chandra Nayak

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!