ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗ୍ରାମର କଳସୀ ମଣ୍ଡପ ଠାରେ ମାଁ ଠାକୁରାଣୀଙ୍କ ନବଦିନ ବ୍ୟାପି ଠାକୁରାଣୀ ଯାତ୍ରା ବା କଳସୀ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଦେବରାଜ ପାତ୍ର ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର ଙ୍କୁ, ଉପସଭାପତି କୁନୁ ପାତ୍ର ଓ ମନୁ ରେଲି, ସଂପାଦକ ବିନୋଦ ସୌରା ଓ ରାମ କୁମାର ଗଣ୍ଡ, ସହସଂପାଦକ ପାପନା ରେଲି ଓ ତରଣୀ ରେଲି ଏବଂ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଏହି ଭଳି ଉପଦେଷ୍ଟା କମିଟିରେ ଦେବରାଜ ପାତ୍ର, ଜଗନ୍ନାଥ ରେଲି, ଜୟନ୍ତ କୁମାର ପାତ୍ର, ରଞ୍ଜିତ ଘରାଇ, ବିଶ୍ଵରଞ୍ଜନ ପାତ୍ର ଓ କେଶବ ରେଲି ମନୋନୀତ ହୋଇଛନ୍ତି । ପାଣ୍ଠି ସଂଗ୍ରହ କମିଟିରେ ଟି. ଶେଖର ରାଓ, ଦିନେଶ ସିଂ, ମହେଶ ପାତ୍ର, ଶାନ୍ତି ସୁନା , ପୁସ୍ତମ ସିଂ ଏବଂ ଉମୁରାହାଣ୍ଡି ଓ ଡଙ୍ଗରିଗୁଡା ଗାଁ ର ପ୍ରମୁଖ ବ୍ୟକ୍ତି ମାନଙ୍କୁ ମଧ୍ୟ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି । ଆସନ୍ତା ଏପ୍ରିଲ ୩ ସୋମବାର ଦିନ ଯାତ୍ରା ର ଶୁଭାରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ଦିନ ଶେଷ ହେବ ବୋଲି ଏହି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

Sunil Chandra Nayak

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

masiha

Leave a Comment

error: Content is protected !!