ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

ନଇରି:- ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାର ନଇରି ଦଶ ଦୋଳ ଯାତ୍ରାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗଣନାଥ ଗୋଷ୍ଠୀ ର ନଈରି ଶାଖା ର ସଦସ୍ୟ ଙ୍କ ତରଫ ରୁ ଏକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦହିପଣା ବଣ୍ଟନ ସହିତ ଉତ୍ସବ କୁ ଆସୁଥିବା ଜନ ସାଧାରଣ ଙ୍କ ପାଇଁ ଏକ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଗୋଷ୍ଠୀ ସଭାପତି ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଙ୍କ ଆବାହକତ୍ୱରେ ତଥା ଗୋଷ୍ଠୀ ର ନଈରି ଶାଖା ର ସମ୍ପାଦକ ସୋନମ୍ ସାହୁ ଙ୍କ ନେତୃତ୍ଵ ରେ ଗୋଷ୍ଠୀର ବିଭିନ୍ନ ଶାଖା ର ସଦସ୍ୟ ଙ୍କ ମିଳିତ ସହଯୋଗ ରେ ଏହା ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟ ପାଇଁ ନଇରି ଦଶ ଦୋଳ କମିଟି ସଦସ୍ୟ ଙ୍କ ସହିତ ଉତ୍ସବ କୁ ଆସୁଥିବା ବିଭିନ୍ନ ଜନ ସାଧାରଣ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରାଜ କିଶୋର ସାହୁ , ଜଳନ୍ଧର ବେହେରା , ଶୁଭମ୍ ସ୍ୱାଇଁ , ଶୁଭମ୍ ତ୍ରିପାଠୀ,ଆଶାତୀତ ସାହୁ , ସୋନମ୍ ସାହୁ ଏବଂ ଗୋଷ୍ଠୀର ନାଚୁଣୀ ଶାଖାର ସମ୍ପାଦକ ବାଦଲ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ ।

ନଇରି ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

masiha

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

masiha

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ ,ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

masiha

Leave a Comment

error: Content is protected !!