ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ଅବସ୍ଥାରେ ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ 

ଅବହେଳିତ ଅବସ୍ଥାରେ ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ 

ଉମରକୋଟ:(୨|୯)(ରବି ନାରାୟଣ ମହାନ୍ତି (ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ ତା ୫|୯୲୧୯୬୭ ମସିହାରେ ସ୍ଥାପିତ ହୋଇଥିଲା l ଯାହାକି ଉକ୍ତ ବିଦ୍ୟାଳୟଟି ଅତି ଦୟନୀୟ ଅବସ୍ଥାରେ ରହିଛି lଉକ୍ତ ବିଦ୍ୟାଳୟ ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି lହଷ୍ଟେଲ ଘର କଥା କହିଲେ ନ ସରେ, ଯାହାକି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି l ପାନୀୟ ଜଳ ନିମନ୍ତେ ଦୁଇଟି ନଳକୂପ ଥିଲେ ସୁଦ୍ଧା ଦୂଷିତ ପାଣି ପିଇ ଦେହ ଅସୁସ୍ଥ ହେଉଥିବା ଦେଖିବାକୁ ମିଳିଛି l ଉକ୍ତ ବିଦ୍ୟାଳୟ ର ପାଚେରୀ ଅଧା ଭାଙ୍ଗି ପଡିଛି, ଯାହା ଫଳରେ ରାତିରେ ଭାଲୁ ଓ ହିଂସ୍ର ଜନ୍ତୁ ଙ୍କ ଭୟରେ ଛାତ୍ରମାନେ ଭୟରେ କାଳାତିପାତ କରୁଛନ୍ତି l ପନ୍ଦର ବର୍ଷ ହେବ ପାଚେରୀ କାନ୍ଥ ମରାମତି ହୋଇ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଏବଂ ବିଦ୍ୟାଳୟ କର୍ତୃପକ୍ଷ ଅଭିଯୋଗ କରିଛନ୍ତି l ବିଦ୍ୟାଳୟରେ ପଢାଇବା ପାଇଁ ତିନି ଜଣ ଶିକ୍ଷକ ପାଠ ପଠାଇବା ପାଇଁ ଅସୁବିଧାର କାରଣ ହୋଇ ପଡିଛି l ଏହି ସମସ୍ୟା ର ସମାଧାନ ପାଇଁ ପୂର୍ବତନ ଜିଲ୍ଲାପାଳ, ସ୍ଥାନୀୟ ବି ଇ ଓ, ଡି ଇ ଓ ନବରଙ୍ଗପୁର, ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି l ଶେଷରେ ଗଣ ଶିକ୍ଷା ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରାଯାଇଛି, ତେବେ ପ୍ରଶାସନ ର କେବେ ଦୃଷ୍ଟି ପଡି ସମସ୍ୟା ର ସମାଧାନ ହେବ, ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତ ଦାନ ଶିବିର

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!