ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀ ପୂଜା ଅବସରରେ କମାରଶାଳିଆରେ ରକ୍ତଦାନ ଶିବିର

କାଳୀ ପୂଜା ଅବସରରେ କମାରଶାଳିଆରେ ରକ୍ତଦାନ ଶିବିର

ଜଳେଶ୍ବର,୯/୧୧(ମନିସ): କାଳୀ ପୂଜା ଅବସରରେ ନାମ୍ପୋ ଫାଣ୍ଡି ଅନ୍ତର୍ଗତ ନେତୁଆ ଗ୍ରାମ ପଞ୍ଚାୟତ କମାରଶାଳିଆ କାଳୀପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ ଓ ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ସଲିନା ସାମଲ ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଙ୍ଘର ଉପ ସଭାପତି ସୁବ୍ରତ କୁମାର ରଣା, ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଶିକ୍ଷକ ହେମନ୍ତ କୁମାର କର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ପୂଜା କମିଟି ସଭାପତି ବସନ୍ତ ପରିଡ଼ା, ସମ୍ପାଦକ ରଞ୍ଜିତ୍ ହୁଇଙ୍କ ସହ କାଳୀପୂଜା କମିଟିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।ଉକ୍ତ ଶିବିରରୁ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ସୁରେନ୍ଦ୍ର ପରିବାର ଗଠନ 

masiha

ରକ୍ତଦାନ ଶିିବିର ଅନୁଷ୍ଠିତ

masiha

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

Sunil Chandra Nayak

Leave a Comment

error: Content is protected !!