ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୬ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୬ ପାଳିତ

ନବରଙ୍ଗପୁର, ୦୯/୧୧  ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଖୀରିଷ୍ଟିଓ ବାରିଷ୍ଟୋ ନାଗରିକ ଭବନ, ନବରଙ୍ଗପୁର ପରିସରରେ ଆଇନଜୀବି, ପାରା, ବରିଷ୍ଟ ନାଗରିକ ଓ ପାରା ଲିଗାଲ ସଦସ୍ୟ ମାନଙ୍କୁ ନେଇ ଜାତୀୟ ଆଇନ ସେବା ଦିବସ, ୨୦୨୬ ପାଳନ ହେଇଯାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଚଳିତ ବର୍ଷ ଏହି ଦିବସ ପାଳନରେ ପ୍ରସଙ୍ଗ ହେଉଛି “ସମସ୍ତଙ୍କ ପାଇଁ ନ୍ୟାୟ: ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତି କରଣ”। ଦେଶରେ ଯେ କୌଣସି ନାଗରିକ ଯେ କୌଣସି ପୃଷ୍ଟଭୂମିରୁ ଆସିଥାନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ସମସ୍ତଙ୍କୁ କହିଥିଲେ ଓ ଏହି ଦିବସର ମହତ୍ଵ ବିଷୟରେ ସଚେତନ କରିଥିଲେ ଓ ଅନ୍ୟ ଆଈନ ଯଥା ଲୋକ ଅଦାଲତ, ଦେବାନୀ ପ୍ରକ୍ରିୟା ମଧ୍ୟସ୍ତତା ନିୟମାବଳୀ ୨୦୦୭, ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶ୍ରୀ ରାଜ କିଶୋର ନାଗ୍, ଆଇନଜୀବି, ନବରଙ୍ଗପୁର, ଶ୍ରୀମତୀ ମନୋରମା ମାଝୀ, ସାମାଜିକ କର୍ମୀ, ନବରଙ୍ଗପୁର, ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ, ସଭାପତି, ଯେ.ଇ.ଏଲ.ସୀ, ନବରଙ୍ଗପୁର ,ଯୁଧିସ୍ତିର ନାୟକ, ଦୀନ, ଯେ.ଇ.ଏଲ.ସୀ, ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ, ସଭାପତି, ଯେ.ଇ.ଏଲ.ସୀ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

masiha

ସୁନ୍ଦରଗଡ଼ ରେ ଏସ ଆଇ ଆର୍ ଉପରେ ସଚେତନତା ରଥ ର ଶୁଭାରମ୍ଭ

Leave a Comment

error: Content is protected !!